ଋଣ ସୁଧ ପରିଶୋଧ ପାଇଁ ମହିଳା ଗ୍ରୁପ ଉପରେ ରଣଦାତାଙ୍କ ଚଢ଼ାଉ

ଜଳେଶ୍ୱର : ( ସଂଜୟ ଦାସ ) କେନ୍ଦ୍ର ଓ ରାଜ୍ୟ ସରକାରଙ୍କ “କରୋନା” ଲକ୍ ଡାଉନ କଟକଣାର ନୀତି ନିୟମକୁ ଉଲଘଂନ କରୁଛନ୍ତି କିଛି ଘରୋଇ ଋଣଦାତା ସଂସ୍ଥା । ଆଶା ,ଜାଗରଣ, ଭିଲେଜ,ବନ୍ଧନ, ଅର୍ଣ୍ଣପୁର୍ଣ୍ଣା, ସାଟିନ ଭଳି ପ୍ରମୁଖ ଘରୋଇ ମାଇକ୍ରୋ ଫାଇନାନ୍ସ ସଂସ୍ଥା ଗୁଡିକ କିଏ ପଶ୍ଚିମବଙ୍ଗ ରୁ ଆଉ କିଏ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସି ଜଳେଶ୍ୱର ସହରରେ ଛତୁଫୁଟିଲା ଭଳି ଘର ଭଡ଼ା ନେଇ ସଂସ୍ଥା ଖୋଲି ବସିଛନ୍ତି । ତେବେ କଥା ହେଉଛି ବିପତ୍ତିର ଲକ୍ ଡାଉନ ସମସ୍ୟା ଚାଲିଥିବା ଭିତରେ ଋଣ ସୁଧ ଟଙ୍କା ପରିଶୋଧ ପାଇଁ ଗ୍ରାମାଞ୍ଚଳ ମହିଳା ଗ୍ରୁପ ମାନଙ୍କ ଉପରେ ଯନ୍ତ୍ରଣା ଦେଉଛି ମାଇକ୍ରୋ ଫାଇନାନ୍ସ ସଂସ୍ଥା । କିଛି ଲକ୍ ଡାଉନ କି ଫଗ ଡାଉନ, “କରୋନା” କି ଫରୋନା ଆମେ ଜାଣିନୁ । ଋଣ ନେଇଛ ମାନେ ଯେମିତି ହେଉ ସୁଧ ଦେବାକୁ ପଡିବ । ନହେଲେ ପୋଲିସ ଆଉକିଏ ଚକ୍ରବର୍ତ୍ତୀ ସୁଧ ଗଣିବାକୁ ଧମକ ଦେଉଛନ୍ତି । ଏହି ବିପତ୍ତି ପରିସ୍ଥିତିରେ ଋଣଧାରୀଙ୍କ ଋଣ ସୁଧ ପରିଶୋଧ ପାଇଁ ସରକାର ସମୟ ସୀମା ଜାରି କରିଛନ୍ତି । ସଂସ୍ଥା ଗୁଡିକ ସରକାରଙ୍କ ନିୟମକୁ ନ ମାନି ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ବ୍ଲକର ବିଭିନ୍ନ ଗାଁର ଥିବା ମହିଳା ଗ୍ରୁପ ମାନଙ୍କ ପାଖକୁ ଯାଇ ଟଙ୍କା ଆଦାୟ କରିବା ପାଇଁ ଶହ ଶହ ମହିଳା ମାନଙ୍କୁ ଏକତ୍ରୀତ କରି ସାମାଜିକ ଦୂରତ୍ୱର ଧଜିଆ ଉଡାଇବା ସହ ମାନସିକ ଯନ୍ତ୍ରଣା ଦେଉଛନ୍ତି । ବିଶେଷ କରି ଜଳେଶ୍ୱର ବ୍ଲକର ଲକ୍ଷ୍ମଣନାଥ , ଗୋବରଘଟା , ନଛିମପୁର , ସୁଗୋ, ନାମ୍ପୋ , ନେଟୁଆ , ପଶ୍ଚିମବାଡ଼ ପ୍ରମୁଖ ପଞ୍ଚାୟତ ର ହଜାର ହଜାର ମହିଳା ମାନେ ଏହି ଋଣଦାତା ସଂସ୍ଥା ମାନଙ୍କ ଠାରୁ ୨୦/୩୦ ହଜାର କରି ଟଙ୍କା ସୁଧମୂଳ ସହ ନବାଦବା ରହିଛି । ତେବେ କଥା ହେଉଛି ଏପଟେ ଲକ୍ ଡ଼ଉନ୍ ପରିସ୍ଥିତି ସାଙ୍ଗକୁ ଋଣଦାତା କାରୀଙ୍କ ଋଣ ସୁଧ ଟଙ୍କା ର ଯନ୍ତ୍ରଣା ଦୃଶ୍ୟ ସାମ୍ନାକୁ ଆସିଛି । ଆଗକୁ କେଉଁଠି ନା କେଉଁଠି ବିଭିନ୍ନ ଘଟଣା ଓ ଦୁର୍ଘଟଣା ଘଟିବାର ଆଶଙ୍କା । ଏପରି ପରିସ୍ଥିତି ଭିତରେ ପିଲା ଛୁଆ ସାଂସର ନେଇ ଜୀବନ ବିତାଉଥିବା ଗରିବ ଲୋକମାନଙ୍କ ମୁଣ୍ଡ ଉପରେ ନଳିତା ବୋଝ ସଦୁସ୍ୟ । ସରକାରଙ୍କ କଟକଣା ନିୟମ କୁ ଉଲଘଂନ କରୁଥିବା ସଂସ୍ଥା ଗୁଡିକ ଉପରେ କାର୍ଯ୍ୟାନୁଷ୍ଠାନ ହେଉନାହିଁ କାହିଁକି । ଲକ୍ ଡାଉନ ପରିସ୍ଥିତି ସ୍ୱାଭାବିକ ନହୁଏ କାମଧନ୍ଦା ନହେଲେ ସୁଧ ଟଙ୍କା ପରିଶୋଧକୁ ନେଇ ସଂସ୍ଥା ଗ୍ରୁପର ମହିଳା ମାନେ ଚିନ୍ତାରେ ।

Leave a Reply

Your email address will not be published. Required fields are marked *