ସୋର : ମିଲି ଭଗତରେ ଚାଲିଛି ସୋର ଠିପି ବନ୍ଦ ମଦ ଦୋକାନରେ ଠିପି ଖୋଲା ମଦ ବେପାର, ମାନେ ଅଫଲାଇନ ମଦ ବିକ୍ରି। ସରକାରଙ୍କ ଅନଲାଇନ ବେପାରର ନିର୍ଦେଶକୁ ପାଦରେ ଗୋଇଠା ମାରି ରାଣ୍ଡ ରାଜ୍ୟର ରଜା ସାଜିଛି ମଦଦୋକାନି ଶ୍ରୀଧର। ଦଳେ ବିହାରି ଯୁବକ ଏବଂ ଆଉ କିଛି ଓଡିଆ ଯୁବକଙ୍କୁ ରଖି ପଛପଟ ସଟର ଟେକି ନିର୍ଧୁମ ବେପାର ଚଳାଇଛି।
ଲୋକଯାଇ ବାହାର ପଟେ ଠିଆ ହୋଇ ଟଙ୍କା ଦେଉଛନ୍ତି ସେଇଯୁବକ ମାନେ ମଦ ଆଣି ସେମାନଙ୍କୁ ଯୋଗାଉଛନ୍ତି। ଆଉ କିଛି ଯୁବକ ଥଳିଆରେ ମଦ ଆଣି ମାତ୍ର କିଛି ଦୁରରେ ଚଢା ଦରରେ ବିକ୍ରି କରୁଛନ୍ତି।
ଏସବୁର ଖବର ଅବକାରୀ ପାଖରେ ନାହିଁ ସେକଥା ନୁହଁ ଅବକାରୀ ଜାଣି ନିରବ ତାର ଉତ୍ତର କେବଳ ସୋର ଅବକାରି ମୁଖିଆ କୁଳମଣି ବାବୁଙ୍କ ପାଖରେ ନିହାତି ଥିବ।କିନ୍ତୁ ଆଜିର ତାଙ୍କର ଉତ୍ତର ତାଙ୍କର ମଦ ବେପାରିଙ୍କ ସହ କେତେ ମଧୁର ସମ୍ପର୍କ ତାହା ସାମ୍ନାକୁ ଆଣିଛି। ବେଆଇନ ଭାବେ ମଦ ବିକ୍ରି ହେଉଥିବା ନେଇ ଅବକାରୀ ଅଧିକାରୀ କୁଳ ମଣି ମହାରଣାଙ୍କୁ ପଚାରିବାରୁ ସେ କହିଥିଲେ ମୁଁ ତାକୁ ଦେଖୁଛି ପଚାରୁଛି। ଇଏ ଅବକାରି ଅଧିକାରୀ ଇଏ ଚଢାଉ କରିବା ପରିବର୍ତ୍ତେ ତାଙ୍କୁ ପଚାରିବେ କହୁଛନ୍ତି ଯାହା ପ୍ରମାଣ କରେ ଉଭୟଙ୍କ ସମ୍ପର୍କର ନିବିଡତା। ତେବେ ଯାହା ଅଭିଯୋଗ ହୁଏ ବାବୁ କୁଳମଣି ବହୁଦିନ ଧରି ସୋରରେ ଆସ୍ଥାନ ଜମାଇ ରହିଲେଣି ଯେଉଁଥି ପାଇଁ ସମସ୍ତଙ୍କ ସହ ୟାଙ୍କର ଭାରି ଭଲ । ଫସଲ ଜଗିବା ଲୋକ ଜଦି ଚୋର ସହ ସମ୍ପର୍କ ରଖେ ଫସଲକୁତ ଦଇବ ସାହା କୁହାଜିବନିତ ଆଉ କଣ ! ତେବେ କୁଳ ମଣି ବାବୁ ସରକାରୀ ଚାକିରି କରିଛନ୍ତି ନା ବେଆଇନ ଭାବେ ମଦବିକୁଥିବା ଉତରେଶ୍ବର ଠିପିବନ୍ଦ ମଦ ଦୋକାନି ଶ୍ରିଧର ତ୍ରିପାଠି ପାଖେ ଚାକିରିକରିଛନ୍ତି ତାହା ବହୁଶିଘ୍ର ଆମେ ଲେଖିବୁ ା ଯାହାବି ହେଉ କୁଳ ମଣି ବାବୁ ତୁରନ୍ତ ବେଆଇନ ମଦବିକ୍ରିକୁ ବନ୍ଦ ନକଲେ ଲୋକତ କହିବେ କୁଳ ମଣିଙ୍କ କୁଳରେ ଖେଳୁଛି ଉତରେଶ୍ବର ବେଆଇନ ମଦ ବେପାରି ଶ୍ରିଧର ା
