ସରକାରକା ମାଲ ଦରିଆମେ ଡାଲ , ପ୍ରେଜେଣ୍ଟ ପକାଇବାକୁ ଆସୁଛନ୍ତି କଲେଜର ଡର୍ଜନେ ଅଧ୍ୟାପକ ଆଉ ଜଣେ ଅଧଖ୍ୟ , ଆନ୍ତରିକତା ଅଭାବରୁ ଭୁତ କୁଠି ସାଜିଛି ଆଦିବାସି ଛାତ୍ରାବାସ , ସାସକ ଦଳ ବିଜେଡିର ମନ୍ତ୍ରୀ ଆସିଲେ ଉଦ୍ଦଘାଟନବି କଲେ , ସରକାରଙ୍କ କୋଟି କୋଟି ଟଙ୍କା ଖର୍ଚ୍ଚରେବି ନିର୍ମିତ ହେଲା ଆଦିବାସି ଛାତ୍ରାବାସ , କିନ୍ତୁ କାମର ତଦାରକ ଅଭାବରୁ ନିମ୍ନ ମାନର କାମ କରି ଲୁଟେରା ଠିକାଦାର ଖସିଗଲା ଏବେ ଛାତ୍ରାବାସାର ସ୍ଥାଇତ୍ବ ନେଇ ପ୍ରଶ୍ନ ଉଠିଛି I ଅଭିଯୋଗ ହୁଏ ଉକ୍ତ କଲେଜର ଅଧ୍ୟାପକମାନେ ବାହାରେ ଟିଉସନରେ ମାତୁଥିବାରୁ କଲେଜର ଉନ୍ନତି ହୋଇପାରୁନି I ସେପଟେ ଆଦିବାସି ବହୁଳ ଅଞ୍ଚଳରେ ଛାତ୍ର ଛାତ୍ରି ମାନଙ୍କୁ ଛାତ୍ରାବାସ ଯୋଗାଇବାରେ ବିଫଳ ଅଧଖ୍ୟ ମହୋଦୟ I କଲେଜର ଉନ୍ନତି ବଦଳରେ କେବଳ ନିଜର ଉନ୍ନତିରେ ମାତିଛନ୍ତି ମହାଭାଗ
ସୋର ବ୍ଲକ ମଙ୍ଗଳପୁର ଶ୍ରୀନିବାସ କନିଷ୍ଠ ମହାବିଦ୍ୟାଳୟର ଆଦିବାସୀ ଛାତ୍ରଙ୍କ ପାଇଁ ଉଦ୍ଦିଷ୍ଟ ୨୦୧୫ ମସିହାରେ ଆଦିବାସୀ ସମନ୍ବିତ ଉନ୍ନୟନ ସଂସ୍ଥା ତରଫରୁ ଦେଢ଼ କୋଟିରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟରେ ଏକ ଛାତ୍ରାବାସ ନିର୍ମାଣ ହୋଇ ୨୦୧୮ ମସିହାରେ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଇଥିଲା । ମାତ୍ର ଆଜି ପର୍ଯ୍ୟନ୍ତ ଏହି ଛାତ୍ରାବାସ କୌଣସି କାମରେ ଲାଗୁନି। ଓଲଟି ରକ୍ଷଣାବେକ୍ଷଣ ଅଭାବରୁ ଏହା ଭାଙ୍ଗିବାକୁ ବସିଲାଣି । ଏପଟେ ଗରିବ ଆଦିବାସୀ ପିଲାମାନେ ଘରୋଇ ମେସରେ ଖର୍ଚ୍ଚ କରି ନପାରି ପାଠପଢ଼ା ଛାଡୁଛନ୍ତି। ଏପରିସ୍ଥଳେ ଦେଢ଼କୋଟିର ଛାତ୍ରାବାସ ଅଦରକାରୀ ହୋଇ ପଡ଼ିଥିବା ଅତ୍ୟନ୍ତ ପରିତାପର ବିଷୟ। ଆଦିବାସୀ ଅଧୂଷିତ ଅଞ୍ଚଳ ମଙ୍ଗଳପୁର ମହାବିଦ୍ୟାଳୟରେ ଏକ ଆଦିବାସୀ ଛାତ୍ରାବାସ ନିର୍ମାଣ ପାଇଁ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ତରଫରୁ ୨୦୧୫ ନଭେମ୍ବର ୨୬ ତାରିଖରେ ଜିତେନ୍ଦ୍ର କୁମାର ସେନାପତି ନାମକ ଜଣେ ଠିକାଦାରଙ୍କୁ ୧ କୋଟି ୫୩ ଲକ୍ଷ ୩୪ ହଜାର ୪୩୭ ଟଙ୍କା ଅଟକଳରେ କାର୍ଯ୍ୟଦେଶ ଦିଆଯାଇଥିଲା। ଏହାକୁ ତତ୍କାଳୀନ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଲାଲବିହାରୀ ହିମିରିକା ଶିଳାନ୍ୟାସ କରିଥିଲେ। ୧୦୦ ଜଣ ପିଲାଙ୍କ ରହିବା ପାଇଁ ଉଦ୍ଦିଷ୍ଟ ଏହି ଦୁଇ ତାଲା ବିଶିଷ୍ଟ ଛାତ୍ରାବାସର ପାଣି ଓ ବିଦ୍ୟୁତ ଯୋଗାଣ ସହିତ ସମସ୍ତ କାମ ସାରି ୨୦୧୮ ମାର୍ଚ୍ଚ ୧୩ ତାରିଖରେ ତତ୍କାଳୀନ ଅଧ୍ୟକ୍ଷ ମନୋରଞ୍ଜନ ଦାଶଙ୍କୁ ହସ୍ତାନ୍ତର କରାଯାଇଥିଲା। ସେବେଠାରୁ ଆଜି
ପର୍ଯ୍ୟନ୍ତ ଏହି ଛାତ୍ରାବାସକୁ ଛାତ୍ରଙ୍କ ଉଦ୍ଦେଶ୍ୟରେ ବ୍ୟବହାର ପାଇଁ କଲେଜ ତରଫରୁ ଉଦ୍ୟମ କରାଯାଇନାହିଁ । ଫଳରେ ଏହି ଛାତ୍ରାବାସର ରକ୍ଷଣାବେକ୍ଷଣ ଅଭାବରୁ କେତେକାଂଶରେ ଭାଙ୍ଗିଗଲାଣି। ଏହି ଛାତ୍ରାବାସ ସମ୍ପର୍କରେ ସଠିକ୍ ତଥ୍ୟ କଲେଜ କର୍ତ୍ତୃପକ୍ଷଙ୍କୁ ପଚାରିବାରୁ ଗାଁ ମାଧିଆ ଭଳି ହେଉଛନ୍ତି । ତେବେ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଛାତ୍ରାବାସ ଭବିଷ୍ୟତରେ ଭୂତକୋଠିରେ ପରିଣତ ହେବ କି ବୋଲି ସାଧରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲାବେଳେ ସରକାରୀ ଟଙ୍କାରେ ଦରମା ନେଇ ମାଲେ ମାଲ ହୋଇ ଯାଗା ଘର କିଣି ରାଜ ସୁଖ କରୁଥିବା ଅଧଖ୍ୟ ଅଧ୍ୟାପକ ମାନେ କାହିଁକି ଏତେ ବେପରୁଆ ହେଉଛନ୍ତି ? ଛାତ୍ର ବସଳ ନହୋଇ ଅର୍ଥ ପିପାସୁ କାହିଁକି ସାଜୁଛନ୍ତି କଳି ଯୁଗର ଦ୍ରୁଣାଚାର୍ଯ୍ୟ ? ଟିଉସନ କରିବା ଏବଂ ଲଖ୍ୟପତି ହେବାର ନିଶାରେ କାହିଁକି ମସଗୁଲ ରହୁଛନ୍ତି ସୋକଲ୍ଡ ଗୁରୁ ? ତେବେ ମଙ୍ଗଳ ପୁର କଲେଜରେ ଛାତ୍ରାବାସ କେବେଖୋଲୁଛି ଆଉ କେବେ ଛାତ୍ର ରହୁଛନ୍ତି ତାହା ଦେଖିବାକୁ ବାକି ରହିଲା I
