ସୋର ପୋଲିସିର ସଫଳତା ୭ଦିନ ବିତିଲାନି ଚୋର ବନ୍ଧା ହେଲେ

ସୋର :ସୋର ଥାନା ଅଧୀନରେ ୧୮ କିଲୋମିଟର ଜାତୀୟ ରାଜପଥ ରହିଥିଲା ବେଳେ ବିଭିନ୍ନ ସମୟରେ ଚୋରି ରାହାଜାନି କୁ ନେଇ ସାଧାରଣ ଲୋକ ଅସୁବିଧାରେ ପଡନ୍ତି I ତେବେ ସୋର ପୋଲିସ ଚୋରକୁ ଧରିବାରେ କେବେବି କୁଣ୍ଠା ବୋଧ କରୁନଥିବା ବେଳେ ଗତ ୭ଦିନ ତଳେ ଏକ ଘରୋଇ ବ୍ୟାଙ୍କ କର୍ମଚାରୀଙ୍କ ପାଖରୁ ଭୁଜାଲି ଦେଖାଇ ଚୋରି ଘଟଣାର ୫ଜଣ ଚୋରଙ୍କୁ ଗତକାଲି ଧରିଛି ସୋର ପୋଲିସ I ତେବେ ସୋର ଥାନାର ଆଇ ଆଇସି ସୁଜାତା ଖମାରି, ଏସ ଆଇ ଶିରିସ ମହାନ୍ତି , ଏ ଏସ ଆଇ ପ୍ରଦିପ ମହାନ୍ତି ଓ ପ୍ରତାପ ଚନ୍ଦ୍ର କାଲୁ ବିଭିନ୍ନ ସ୍ଥାମରେ ଚଢାଉକରି ବହୁ ଚତୁରତାର ସହ ଅପରାଧି ମାନଙ୍କୁ ଧରିଥିଲେ I ସୁଚନା ମୁତାବକବାଲେଶ୍ବର ଜିଲ୍ଲା ସୋର ବନ୍ଧନ ବ୍ୟାଙ୍କ୍ ଫାଇନାନ୍ସ କର୍ମଚାରୀଙ୍କଠାରୁ ବନ୍ଧୁକ ଦେଖାଇ ଲୁଟ୍ ଘଟଣାରେ ୫ ଜଣ ଡକାୟତ ଗିରଫ  ହୋଇଛନ୍ତି ।  ଫାଇନାନ୍ସ କର୍ମଚାରୀଙ୍କଠାରୁ ୮୦ ହଜାର ଟଙ୍କା ଲୁଟ୍ ହୋଇଥିଲା ।

ସୂଚନାଯୋଗ୍ୟ ଯେ, ଗତ ୩୧ ତାରିଖ ଦିନ ବନ୍ଧନ ବ୍ୟାଙ୍କ୍ ଫାଇନାନ୍ସ କର୍ମଚାରୀ ସନ୍ଦୀପ କୁମାର ଜେନା ନୀଳଗିରି ଚିନ୍ତାମଣିପୁର ଓ ଆଖପାଖ ଅଞ୍ଚଳରୁ କିସ୍ତି ଟଙ୍କା ଆଦାୟ କରି ସୋର ବନ୍ଧନ ବ୍ୟାଙ୍କ୍ ଫାଇନାନ୍ସ ଶାଖା ଅଭିମୁଖେ ଫେରୁଥିବା ବେଳେ ସୋର ମାଣିତ୍ରୀ ଗାଁ ପାଖରେ ୩ ଜଣ ଲୁଟେରା ଏକ ବାଇକରେ ଆସି ସନ୍ଦୀପଙ୍କୁ ଅଟକାଇ ବନ୍ଧୁକ ଓ ଭୁଜାଲି ଦେଖାଇ ଭୟଭୀତ କରାଇ ୮୦ହଜାର ଟଙ୍କା, ଏକ ଟାବଲେଟ୍ ମୋବାଇଲ୍ ସହ ଜରୁରୀ କାଗଜପତ୍ର ଛଡାଇ ନେଇ ଫେରାର ହୋଇଯାଇଥିଲେ । ଏନେଇ ସନ୍ଦୀପ ସୋର ଥାନାରେ ଅଭିଯୋଗ କରିବା ପରେ ସୋର ପୋଲିସ ଘଟଣାର ତଦନ୍ତ କରି ୫ଜଣ ଡକାୟତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଗିରଫ ହୋଇଥିବା ଡକାୟତମାନେ ହେଲେ ବାଲେଶ୍ବର  ସଦର ଥାନା  ବାଙ୍ଗରା ଅଞ୍ଚଳର ଦିଲ୍ଲୀପ ନାୟକ, ନୂଆପୁରର ଜ୍ୟୋତିଶଙ୍କର ସ୍ବାଇଁ, ସାରଙ୍ଗାର ଓମ୍ ମହାଳିକ, ଆକତପୁରର ସୁରଜ କୁମାର ବେହେରା, ନୂଆପୁର ଅଶାନ୍ତ ଦାସ । ସେମାନଙ୍କ ନାମରେ ବିଭିନ୍ନ ଥାନାରେ ଅପରାଧିକ ମାମଲା ରହିଛି । ସୋର ପୋଲିସ ସେମାନଙ୍କ ନିକଟରୁ ୧୫ ହଜାର ଟଙ୍କା, ଗୋଟିଏ ଭୁଜାଲି, ୪ଟି ମୋବାଇଲ ଜବତ କରିଛନ୍ତି ।

Leave a Reply

Your email address will not be published. Required fields are marked *