ସ୍ବାଧୀନତାର ଅମୃତ ମହୋତ୍ସବ କବିତାପାଠୋତ୍ସବ

ସୋର : ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସାହିତ୍ୟ ଏକାଡେମୀ, ଭୁବନେଶ୍ଵର ପକ୍ଷରୁ ସ୍ଵାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ‘ସ୍ଵାଧୀନତାର ଅମୃତ ମହୋତ୍ସବ’ ପାଳନ ପରିପ୍ରେକ୍ଷୀରେ ସୋର ଗାଁ ମଜଲିସତ ସାହିତ୍ୟ ସଂସଦ ସହଯୋଗରେ ଉତ୍ତରେଶ୍ଵର ସେଣ୍ଟ ଜାଭିୟର୍ସ ହାଇସ୍କୁଲ ସଭାଗୃହରେ ଦେଶାତ୍ମବୋଧକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଉଛି । ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ବିଶିଷ୍ଟ କଥାକାର ରଜନୀକାନ୍ତ ମହାନ୍ତି ଏହି ଉତ୍ସବକୁ ଉଦ୍‌ଘାଟନ କରି କହିଥିଲେ କି ଏହି ଭଳି କାର୍ଯ୍ୟକ୍ରମ ଆୟୋଜନ ଦ୍ଵାରା ଉତ୍ତରପିଢ଼ିମାନଙ୍କୁ ଉଦ୍‌ବୁଦ୍ଧ କରିପାରିବ । ବିଶିଷ୍ଟ ପ୍ରାବନ୍ଧିକ, ଗବେଷକ ତଥା ଓଡ଼ିଶା ସାହିତ୍ୟ ଏକାଡେମୀ ପୂର୍ବତନ ସଦସ୍ୟ ଏବଂ ସମ୍ବନ୍ଧିତ ପ୍ରତିଭା ଡ. ରମାକାନ୍ତ ବେହେରା ଏହି ଉତ୍ସବରେ ପୌରୋହିତ୍ୟ କରି କହିଲେ ଯେ ସ୍ଵାଧୀନତା ସଂଗ୍ରାମରେ ସହିଦମାନଙ୍କର ବଳିଦାନ କେବେହେଲେ ବ୍ୟର୍ଥ ଯାଇନାହିଁ ପ୍ରାରମ୍ଭରେ ସେଣ୍ଟ ଜାଭିୟର୍ସ ହାଇସ୍କୁଲର ନିର୍ଦେଶକ ଅଶୋକ କୁମାର ମହାନ୍ତି ସ୍ଵାଗତ ଭାଷଣ ପ୍ରଦାନ କରିଥିବା ବେଳେ ପ୍ରାଧ୍ୟାପକ ଡ. ଶରତ ଚନ୍ଦ୍ର ମହାନ୍ତି କବିତା ସଂଯୋଜନା କରିଥିଲେ । ଓଡ଼ିଶା ସାହିତ୍ୟ ଏକାଡେମୀ ଜିଲା ସଦସ୍ୟ ଭରତ ଚନ୍ଦ୍ର ଦାଶଙ୍କ ତତ୍ତ୍ଵାବଧାନରେ ଚନ୍ଦ୍ରମୋହନ ମହାପାତ୍ର ଏହାକୁ ଆୟୋଜନ କରିଥିଲେ । ଏହି କବିତା ପାଠୋତ୍ସବରେ ଶରତଚନ୍ଦ୍ର ମହାପାତ୍ର, ଦିବ୍ୟସିଂହ ଦାସଅଧିକାରୀ, ଡ.ଭରତ ବେହେରା, ଲମ୍ବୋଦର ମିଶ୍ର, ସୁନୀଲ ମିଶ୍ର, ଚେମେଇ ଦାସ, ଦେବେନ୍ଦ୍ର କୁମାର ପ୍ରଧାନ, ଦାମୋଦର ଦାଶ ମହାପାତ୍ର, ଡ.ରବୀନ୍ଦ୍ର କୁମାର ବିହାରୀ, ଜ୍ୟୋତ୍ସ୍ନାରାଣୀ ଜେନା, ସସ୍ମିତା ରାଉତ, ଅନିରୁଦ୍ଧ ରାଉତ, ପରମାନନ୍ଦ ତ୍ରିପାଠୀ, ମୁରଲୀଧର ପାଢ଼ୀ, ରବୀନ୍ଦ୍ର ତ୍ରିପାଠୀ, ଶ୍ରୀଧର ପ୍ରସାଦ ବେହେରା, ରାମଚନ୍ଦ୍ର ପୃଷ୍ଟି ଏବଂ ଯାଯାବର ସ୍ଵରଚିତ ଦେଶାତ୍ମବୋଧକ କବିତା ପାଠକରିଥିଲେ । ଶେଷରେ ମହେଶ୍ଵର ପଣ୍ଡା ଧନ୍ୟବାଦ ଅର୍ପଣ କରିଥଲେ । ଏହି କାର୍ଯ୍ୟକ୍ରମରେ ଡ. ବନମାଳୀ ବେହେରା, ସୁରେନ୍ଦ୍ରନାଥ ବାରିକ, ନିତ୍ୟାନନ୍ଦ ପାଣିଗ୍ରାହୀ, ଗୋଲକ ପାତ୍ର, ଜିତେନ୍ଦ୍ର ବେହେରା ପ୍ରମୁଖ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *