ବେଆଇନ ଗଞ୍ଜେଇ କାରବାର ଉପରେ ପୋଲିସର ଚଢ଼ାଉ, ୫୫ କେଜି ଗଞ୍ଜେଇ ସହ ନଗଦ ୭ ଲକ୍ଷ ୫୧ ହଜାର ଟଙ୍କା ଜବତ

ଚଣ୍ଡିଖୋଲ : ବେଆଇନ ଗଞ୍ଜେଇ କାରବାର ଉପରେ ପୋଲିସର ଚଢ଼ାଉ । ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ପୋଲିସ ଚଢ଼ାଉ କରି ୫୫ କେଜି ଗଞ୍ଜେଇ ସହ ନଗଦ ୭ ଲକ୍ଷ ୫୧ ହଜାର ଟଙ୍କା ଜବତ କରିଛି । ଖବର ଅନୁଯାୟୀ, ଧର୍ମଶାଳା ଥାନା କୁମାରୀ ଗାଁର ଅନ୍ତର୍ଜାମୀ ସାହୁଙ୍କ ଘରେ ଚଢ଼ାଉ କରିଥିଲା ପୋଲିସ । ଏହି ଚଢାଉରେ ବିପୁଳି ଗଞ୍ଜେଇ ଜବତ ହୋଇଛି । ଦୀର୍ଘ ଦିନ ଧରି ଅନ୍ତର୍ଜାମୀ ଓ ତାଙ୍କ ପୁଅ ବେଆଇନ ଭାବେ ଗଞ୍ଜେଇ କାରବାରରେ ସମ୍ପୃକ୍ତ ଥିଲେ । ଏସ୍‌ପିଙ୍କ ନିର୍ଦେଶ କ୍ରମେ ଧର୍ମଶାଳା ପୋଲିସ ଅନ୍ତର୍ଜାମୀଙ୍କ ଘରେ ଚଢ଼ାଉ କରି ୫୫ କେଜି ଗଞ୍ଜେଇ ଜବତ କରିଛି । ଏହାସହିତ ଅନ୍ତର୍ଜାମୀ ସାହୁ ଓ ତାଙ୍କ ପୁଅ ସନ୍ତୋଷ କୁମାର ସାହୁଙ୍କୁ  ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି । ତେବେ ଏତେ ପରିମାଣର ଗଞ୍ଜେଇ କେଉଁଠୁ ଆସୁଥିଲା  । କେଉଁ ସ୍ଥାନକୁ ଚାଲାଣ ହେଉଥିଲା । ଏଥିରେ ଆଉ କେଉଁ ମାନେ ସମ୍ପୃକ୍ତ ଅଛନ୍ତି । ସେନେଇ ପୋଲିସ ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *