ଭୁବନେଶ୍ବର ୨୮।୮: ଏସଟିଏଫ ପଞ୍ଝାରେ ପୁଣି ଜଣେ ଅନ୍ତରାଷ୍ଟ୍ରୀୟ ବ୍ରାଉନସୁଗାର ବେପାରୀ । ବାଲେଶ୍ବର ଅରଡା ବଜାରରୁ ସେଖ୍ ରାଜୁକୁ ଗିରଫ କଲା ଏସଟିଏଫ । ପୂର୍ବରୁ ଧରା ପଡିଥିବା ୨ କିଲୋ ୪ ଶହ ଗ୍ରାମ ବ୍ରାଉନସୁଗାର ବେପାରରେ ସେଖ୍ ରାଜୁର ସଂପୃକ୍ତି ରହିଛି । ଗତ କିଛି ଦିନ ତଳେ ଦୁଇ ଜଣଙ୍କୁ ବାଲେଶ୍ବରରୁ ଗିରଫ କରାଯାଇଥିଲା । ସେମାନଙ୍କୁ ପଚରାଉଚରା କରିବାରୁ ସାମ୍ନାକୁ ଆସିଥିଲା ସେଖ୍ ରାଜୁ ।
