ବହୁ ଚର୍ଚ୍ଚିତ ସିକପାଇ ଗ୍ରାମ ର ଧାର୍ମିକ ବିଶୃଙ୍ଖଳା ପାଇଁ ଶାନ୍ତି କମିଟି ର ସହଯୋଗରେ ବୁଝାମଣା ପ୍ରୟାସ

 

ରାୟଗଡ଼ା – କିଛି ଲଘୁ ସଂଖ୍ୟା ତରଫରୁ ଉଚ ନ୍ୟାୟାଳୟରେ ଦାୟର କରିଥିବା ମାମଲାର ଶୁଣାଣି ପାଇଁ ଜିଲ୍ଲା ପ୍ରଶାସନ ଏକ ଶାନ୍ତି କମିଟି ମାଧ୍ୟମରେ ଉଭୟ ପକ୍ଷଙ୍କୁ ବସାଇ ସମାଧାନ କରିବା ପାଇଁ ପ୍ରୟାସ କରୁଛନ୍ତି। ଲଘୁସଂଖ୍ୟାଙ୍କ ତରଫରୁ ନିଜ ଧନ ଜୀବନ ଅସୁରକ୍ଷିତ ଅଛି. ତେଣୁ ପ୍ରଶାସନ ତରଫରୁ ଆମ ପାଞ୍ଚ ପରିବାରକୁ ସୁରକ୍ଷା ଦିଆଗଲେ ସୁରୁଖୁରୁରେ ଜୀବିକା ନିର୍ବାହ କରିପାରିବୁ ବୋଲି ସିକପାଇ ଗ୍ରାମର ଅପରାଓ କଞ୍ଜକା କରିଥିବା ଆବେଦନ ପରେ ଉଛନ୍ୟାୟଳୟର ନିର୍ଦେଶରେ ଜିଲା ପ୍ରଶାସନ ଆଜି ସକାଳ ୧୦ ଘଟିକା ସମୟରେ ବୈଠକ ବସିଥିଲା। ପ୍ରଶାସନ ଅଭିଯୋଗକାରୀଙ୍କୁ ନ୍ୟାୟାଳୟର ନିର୍ଦେଶ ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ। ଏହି ନିର୍ଦେଶରେ ଲେଖା ଅଛିଯେ ଉକ୍ତ ପରିବାରଙ୍କ ଇଚ୍ଛା ମୁତାବକ ସେମାନେ ଯେଉଁଠି ସୁରକ୍ଷିତ ମଣୁଛନ୍ତି ସେଠି ରହିବେ ଓ ତାଙ୍କୁ ପ୍ରଶାସନ ସୁରକ୍ଷା ଯୋଗାଇବ । ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ ସେମାନଙ୍କୁ ପଚାରି ଥିଲେକି ନିଜ ଗ୍ରାମକୁ ଫେରିବକି ଆମେ ସୁରକ୍ଷା ଦେବୁ ବୋଲି ନିର୍ଭୟ ଦେଇଥିଲେ। ସେମାନେ ଲିଖିତ ଆକାରରେ ଏକ ଚୁକ୍ତିପତ୍ର ପ୍ରଦାନ କରିଥିଲେ କି ଆମେ ଯେଉଁଠି ଅଛୁ ସେହିଠାରେ ରହିବୁ ଆମକୁ ସୁରକ୍ଷା ଦିଅ ବୋଲି ଅନୁରୋଧ କରିଛନ୍ତି। ପ୍ରକାଶ ଥାଉକି ଗତ ମାର୍ଚ୍ଚ ମାସରେ ରାୟଗଡ଼ା ଜିଲ୍ଲାର କଲ୍ୟାଣସିଙ୍ଘପୁର ବ୍ଲକର ସିକରପାଇ ପଞ୍ଚାୟତ ଅନ୍ତର୍ଗତ ସିକପାଇ ଗ୍ରାମରେ ଚାରି ଘର ଗ୍ରାମବାସୀଙ୍କ ଇଚ୍ଛା ବିରୁଦ୍ଧରେ ନିଜ ଧର୍ମ ପରିବର୍ତନକରି ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରି ଅନେକ ଦିନ ହେଲା ଚଳି ଆସୁଥିଲେ. ତାଙ୍କ ମଧ୍ୟରେ ବଚସା ହୋଇ ମାମଲା ଥାନାକୁ ଯାଇଥିଲା। ସେବେଠାରୁ ଚାରିଘର ଗ୍ରାମର ନିକଟସ୍ଥ ଏକ ପଡିଆରେ ଅସ୍ଥାୟୀ ଘରକରି ରହି ଆସୁଛନ୍ତି। ଏହି ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ମିଳାମିଶା କରାଇବା ପାଇଁ ଭଦ୍ର ବ୍ୟକ୍ତି ଓ ପ୍ରଶାସନ ପ୍ରୟାସ ଜାରି ରଖିଛି। ଏହି ଶାନ୍ତି କମିଟି ବୈଠକକରେ ଅତିରିକ୍ତ ଜିଲ୍ଲାପାଳ ଏସ୍ଡିପିଓ ଦିବ୍ୟଶଙ୍କର ଦାସ, କଲ୍ୟାଣସିଙ୍ଘପୁର ଥାନାଧିକାରୀ ସୁକାମ ହଂସଦା, ବ୍ଲକ ଅଧ୍ୟକ୍ଷ ଯୋଗେନ୍ଦ୍ର ବାଡକା, ବରିଷ୍ଠ ନାଗରିକ ଦୁଖୁ ଗୌଡ଼ଙ୍କ ଗ୍ରାମର ଅନ୍ୟ ଗ୍ରାମବାସୀ ଯୋଗଦେଇଥିଲେ

Leave a Reply

Your email address will not be published. Required fields are marked *