ମିଟିଂ କରିବାକୁ ଜେମିତି ଫେଣେଇ ପଡୁଛନ୍ତି ନୀଳଗିରି ବିଧାୟକ

ନୀଳଗିରି : ନୀଳଗିରି ବିଧାୟକ ସୁକାନ୍ତ ନାୟକ ମୁଖ୍ୟମନ୍ତ୍ରୀ ଓ ସାଧାରଣ ଲୋକଙ୍କ ଉପରେ କି ? ସିଏ ନିଜକୁ କଣ ଭାବନ୍ତି ସେ ହିଁ ଯାଣିଥିବେ । ଖୋଦ ଓଡିଶା ସରକାରଙ୍କ ବିଧାନ ସଭାରେ ବିଧାୟକ ରହିଥିଲେବି ସରକାରୀ ନିୟମକୁ ଫୋ କରି ମିଟିଂ ସିଟିଂରେ ବ୍ୟସ୍ତଅଛନ୍ତି ବିଧାୟକ ମହୋଦୟ । ଆଜି ନୀଳଗିରି ବିଧାନ ସଭା ମଣ୍ଡଳିର ବିଧାୟକ ସୁକାନ୍ତ ନାୟକ ମହୋଦୟ ପଣ ପଣା ସୋସାଇଟ୍ ଆଗରେ ଏକ ସଭାକରୁଥିବା ଦେଖିବାକୁ ମିଳିଛି । କରୋନା ଏକ ମହାମାରି ରୂପନେଇଥିବା ବେଳେ ସରକାର ସଭାସମିତି ନକରିବାକୁ ନିର୍ଦେଶ ଦେଇଛନ୍ତି କିନ୍ତୁ ଖୋଦ ବିଧାୟକ ନିୟମକୁ ମାନୁ ନାହାନ୍ତି । ଜେମିତି ମିଟିଂକରିବାକୁ ଫେଣେଇ ପଡୁଛନ୍ତି ବିଧାୟକ ! ରାଜନୀତି ପାଇଁ ଲୋକଙ୍କ ଜୀବନକୁ ବାଜିଲଗଉଥିବା ଇଏ ବୋଧେ ପ୍ରଥମ ବିଧାୟକ ହେବେ ! ବିଧାୟକ ମୋହଦୟ ରାଜନୀତି କରନ୍ତୁ କିଛି ଅସୁବିଧା ନାହିଁ । ଜେହେତୁ ସେ ସରକାରୀଦଳର ବିରୋଧୀ ସରକାରଙ୍କୁ ବିରୋଧ କରନ୍ତୁ କିନ୍ତୁ ସାଧାରଣ ଲୋକଙ୍କ ଜୀବନସହ ନଖେଳନ୍ତୁ ! ତେବେ ଏଭଳି କରିନିଜକୁ ଶ୍ରେଷ୍ଠ ରାଜନେତା ଭାବିପାରନ୍ତି କିନ୍ତୁ ସମୟ ତାଙ୍କୁ ଶ୍ରେଷ୍ଠ ନେତା କହିବନି । ସାଧାରଣ ଲୋକଙ୍କୁ ଜଣେ ଲୋକପ୍ରତିନିଧୀ ଭାବେ ସଚେତନ କରିବା କଥା କିନ୍ତୁ ପରିତାପର ବିଷୟ ଇଏ ନିଜେ ସଚେତନ ନୁହନ୍ତି । ଆମେ ସବୁପରେ ଏତିକି କହିବା ବିଧାୟକ ମହୋଦୟ ଏବେ ଟିକେ ସଚେତନ ହୁଅନ୍ତୁ ।

Leave a Reply

Your email address will not be published. Required fields are marked *