108 ଆମ୍ବୁଲାନ୍ସ କର୍ମଚାରୀଙ୍କ ମହାନତା ସୋସିଆଲ ମିଡିଆରେ ଭାଇରାଲ

ବାଲେଶ୍ବର : ସେବା କରିବା ପାଇଁ ନା କୌଣସି ନିର୍ଦ୍ଧିଷ୍ଟ ଦିନ,ନା କୌଣସି ନିର୍ଦ୍ଧିଷ୍ଟ ସମୟ,ନା କୌଣସି ନିର୍ଦ୍ଧିଷ୍ଟ ସ୍ଥାନ ଦେଖାଯାଏ,କେବଳ ଆବଶ୍ୟକ ଥାଏ ନିଜର ସେବା ମନୋବୃତ୍ତି ଆଉ ଦୃଢ଼ ଇଛାଶକ୍ତି l ସେ ଏମିତି ଜଣେ ଯୁବକ ,ଯେତେବେଳେ ଯେଉଁଠି କେହି ଅସହାୟ ଅବସ୍ଥାରେ ଥିବାର ଦେଖନ୍ତି ,ସାହାଯ୍ୟର ହାତ ଆପେ ଆପେ ବଢ଼ାଇ ଦିଅନ୍ତି ସେ ହେଉଛନ୍ତି ୧୦୮ ଫାର୍ମାସିଷ୍ଟ ଜୀବନ କୁମାର ବେହେରା ା

ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ପ୍ରାୟ ସପ୍ତାହେ ତଳୁ ଜଳେଶ୍ୱର ଅଞ୍ଚଳର ଜଣେ ବୃଦ୍ଧା ତାଙ୍କ ନାତିର ଚିକିତ୍ସା ପାଇଁ ବାଲେଶ୍ଵର ମେଡିକାଲକୁ ୧୦୮ ଆମ୍ବୁଲାନ୍ସ ଯୋଗେ ଆସିଥିଲେ। ସାତଦିନ ପରେ ନାତି ସୁସ୍ଥ ହେବାପରେ ଡାକ୍ତର ତାଙ୍କୁ ଘରକୁ ନେଇଯିବା ପାଇଁ ପରାମର୍ଶ ଦେଇଥିଲେ।ମାତ୍ର ଘରକୁ ଫେରିବା ପାଇଁ ବୃଦ୍ଧାଙ୍କ ପାଖରେ ଟଙ୍କା ପଇସା କିଛି ନଥିବାରୁ ସେ ଅସହାୟ ହୋଇ ମେଡିକାଲ ବାରଣ୍ଡାରେ ବସି କାନ୍ଦୁଥିଲେ।
ଏହି ସମୟରେ ରୋଗୀ ଛାଡିବା ପାଇଁ ଏକ ୧୦୮ ଆମ୍ବୁଲାନ୍ସ ମେଡିକାଲ ଯାଇଥିଲା। ଉକ୍ତ ୧୦୮ ଆମ୍ବୁଲାନ୍ସର ଫାର୍ମାସିଷ୍ଟ ଜୀବନ କୁମାର ବେହେରାଙ୍କ ନଜର ବୃଦ୍ଧାଙ୍କ ଉପରେ ପଡିଥିଲା। ବୃଦ୍ଧାଙ୍କ ଠାରୁ ସମସ୍ତ ଘଟଣା ବୁଝିବା ପରେ ଜୀବନ ଉକ୍ତ ବୃଦ୍ଧାଙ୍କୁ ଶୁଖିଲା ଖାଦ୍ୟ ଯୋଗାଇବା ସହ ନିଜସ୍ୱ ଖର୍ଚ୍ଚରେ ଏକ ଅଟୋ ଭଡ଼ା କରି ବୃଦ୍ଧାଙ୍କୁ ନିଜର ଘର ଜଳେଶ୍ୱର ପଠାଇଥିଲେ। କରୋନା ମହାମାରୀ ସମୟରେ ଜଣେ ଫାର୍ମାସିଷ୍ଟଙ୍କ ଏପରି ମାନବିକତା ପାଇଁ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି ା

Leave a Reply

Your email address will not be published. Required fields are marked *