ଗ୍ରାହକ ବେଶରେ ଆସି ଧରିଲେ ବନ ବିଭାଗ କର୍ମଚାରୀ

ପାଟଣାଗଡ, : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଲାଠୋର ବନବିଭାଗ ଦ୍ୱାରା ବଜ୍ରକାପ୍ତା ଉଦ୍ଧାର ।  ଗ୍ରାହକ ସାଜି ଧରିଲେ ବନ ବିଭାଗ କର୍ମଚାରୀ । ଖପ୍ରାଖୋଲ ବ୍ଳକ ହରିଶଙ୍କର ରେଞ୍ଜ ଅନ୍ତର୍ଗତ ବନମାଳ ଓ ମହରାପଦର ଗ୍ରାମ ରାସ୍ତା ମଝିରେ ଲାଠୋର ବନ ବିଭାଗ ଏହି ବଜ୍ରକାପ୍ତାକୁ ଉଦ୍ଧାର କରିଛି ।

ସୂଚନାନୁସାରେ, ରେଞ୍ଜର ପ୍ରଭାତୀ ସେଟ୍ କୈଣସି ଏକ ବିଶ୍ୱସ୍ଥ ସୂତ୍ରରୁ ବଜ୍ରକାପ୍ତା ବିକ୍ରୟ ଚାଲିଥିବା ନେଇ ଖବର ପାଇଥିଲେ । ବଜ୍ରକାପ୍ତାକୁ ଖପ୍ରାଖୋଲ ଥାନା ଅନ୍ତର୍ଗତ ମହରାପଦର ଓ ସରଗିପାଳି ଗ୍ରାମର ୩ ଜଣ ଯୁବକ ଲୁଚାଇ ରଖିଥିବା ସୂଚନା ମିଳିଥିଲା। ଏହାପରେ ବଜ୍ରକାପ୍ତାକୁ ଉଦ୍ଧାର କରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ ।

ତେବେ ବନ ବିଭାଗ କର୍ମଚାରୀମାନେ ଗ୍ରାହକ ସାଜି ବଜ୍ରକାପ୍ତା କ୍ରୟ କରିବାପାଇଁ ଯାଇଥିଲେ । ବନମାଳ ଓ ମହରାପଦର ମଝି ରାସ୍ତା କଡ଼ର ଏକ ଖୋଲା ପଡ଼ିଆରେ ବଜ୍ରକାପ୍ତା କିଣିବା ପାଇଁ ଡିଲ୍ ହୋଇଥିଲା  ।  ସେଠାକୁ  ସରଗିପାଳି ଗ୍ରାମର ଭୋଇରାଜ ଧରୁଆ ଓ ମହରାପଦର ଗ୍ରାମର ଶୁସିଳ ଧରୁଆ ଓ ଅନ୍ୟ ଜଣେ ବଜ୍ରକାପ୍ତା ଧରି ବିକ୍ରୟ କରିବା ପାଇଁ ଆଣିଥିଲେ । ଲାଠୋର ବନ କର୍ମଚାରୀମାନେ ସେଠାରେ ସେମାନଙ୍କୁ ଗିରଫ କରିବା ସହ ବଜ୍ରକାପ୍ତାକୁ ଉଦ୍ଧାର କରିଥିଲେ ।

Leave a Reply

Your email address will not be published. Required fields are marked *