ଜଳେଶ୍ୱର:(ସଂଜୟ ଦାସ )ସରକାରି ଟଙ୍କାକୁ ବାପ ଧନ ଭାବି ସରକାରୀ କର୍ମଚାରି ଆତ୍ମସାତ କରୁଥିବା ବିଭିନ୍ନ ମହଲରେ ଅଭିଯୋଗ ହୁଏ ଜେତେବେଳେ ସତ ବାହାରକୁ ଆସେ ସେତେବେଳେ ସରକାରୀ ବାବୁ ବାବୁଆଣିଙ୍କ ଗାଣ୍ଡି ଫାଟେ । ସେଭଳି ଘଟଣା ଏବେ ଜଳେଶ୍ବରରେ ଦେଖିବାକୁ ମିଳିଛି ା ଗ୍ରାମାଞ୍ଚଳର ସୁସ୍ଥ ପରିବେଶ ଓ ବିକାଶ ଦିଗରେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କାକୁ ଜନହିତ କାର୍ଯ୍ୟରେ ଲଗାନଯାଇ କାଗଜ କଲମ ମାଧ୍ୟମରେ ଚାଲିଛି ଆତ୍ମସାତ। ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ବ୍ଲକରେ ରହିଛି ପାଖା ପାଖି ୨୦୦ ଗାଁ କଲ୍ୟାଣ ସମିତି (ଜିକେଏସ) । ସମିତି ପରିଚାଳନା ପାଇଁ ରହିଛନ୍ତି ଅଙ୍ଗନବାଡି ଦିଦି,ୱାର୍ଡମେମ୍ବର ,ଆଶାକର୍ମୀ ଓ ଗାଁର ଓ ନିର୍ଦ୍ଧିଷ୍ଟ କିଛି ଗାଁ ଯୁବକ। ଗାଁର ସୁସ୍ଥ ପରିବେଶ ଓ ବିକାଶ ପାଇଁ ରାଜ୍ୟସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରତ୍ୟକ ଗାଁ କଲ୍ୟାଣ ସମିତି ପାଇଁ ବର୍ଷକୁ ୧୦ହଜାର ଟଙ୍କା ମିଳିଥାଏ । ତାହାରି ଭିତରେ ଚଳିତ ବର୍ଷ” covid19 ” ମୁକାବିଲା ପାଇଁ ଅଧିକ ଦଶ ହଜାର ଟଙ୍କା ଜିକେଏସ କୁ ମିଳିଛି । ତେବେ ସବୁଠାରୁ ବଡ କଥାଯେ ଏ ଅର୍ଥ ସବୁ ଲାଗୁଛି କଉଁଠି ,ଯାଉଛି କୁଆଡେ ,ନଉଛି କିଏ ଭଳି ଉଠିଛି ସାଂଘାତିକ ଅଭିଯୋଗ। ଜଳେଶ୍ୱର ବ୍ଲକ ନଛିମପୁର ପଂଚାୟତରେ ଥିବା ଗାଁ କଲ୍ୟାଣ ସମିତି ଗୁଡିକରେ ଚାଲିଛି ମହା ଦୁର୍ନୀତି । ସରକାରଙ୍କ ନୀତି ନିୟମକୁ ଉଲଂଘନ କରି ଅର୍ଥକୁ କାଗଜ କଲମରେ ଦର୍ଶାଯାଇ ପୁରା ଆତ୍ମସାତ୍ କରାଯାଇଛି । ବିଶେଷ କରି ଦେଉଳା ଗାଁ କଲ୍ୟାଣ ସମିତି ର ଦୁର୍ନୀତିର ଗୁମର ଫିଟିଛି । ଯେଉଁ ଦୁର୍ନୀତିର ଗନ୍ଧକୁ ନେଇ ଅଂଟା ଭିଡିଛନ୍ତି ଗାଁ ର ମହିଳା ସଂଘ । ଅଗଷ୍ଟ ଶେଷ ସପ୍ତାହରେ ଦୁର୍ନୀତିର ପୁରା ଘଟଣା ସାମ୍ନା କୁ ଆସିବ ଵୋଲି ମହିଳା ସଂଘର ସିଆରପି କବିତା ଜେନା ପ୍ରକାଶ କରିଛନ୍ତି ।ଅନ୍ୟପକ୍ଷରେ “COVID19” ପାଇଁ ଆସିଥିବା ଅର୍ଥକୁ ସଂଘ ଯେଉଁ ଭଳି ଢଙ୍ଗରେ ଖର୍ଚ୍ଚ ନକରି ଅର୍ଥକୁ ଆତ୍ମସାତ୍ କରାଯାଇଥିବା ଅଭିଯୋଗ ସମ୍ପର୍କରେ ଜଳେଶ୍ୱର ସ୍ଵାସ୍ଥ୍ୟ ବିଭାଗର”COVID19″ବିଭାଗ ଡାଇତ୍ୱରେ ଥିବା ଡ଼ଃ ପ୍ରଭାତ ନାୟକଙ୍କ ସହ ଆମ ପ୍ରତିନିଧି ଆଲୋଚନା କରିବା ପରେ ଜଣାପଡିଛି ଯେ ସରକାରଙ୍କ ନିୟମକୁ ପୁରା ଉଲଂଘନ କରିଛି ଗାଁ କଲ୍ୟାଣ ସମିତି। ତେବେ ସବୁଠାରୁ ଆଶ୍ଚର୍ଯ୍ୟ କଥା ଯେ ଚଳିତ ବର୍ଷ ଆସିଥିବା ଦଶହଜାର ଟଙ୍କା ଓ “COVID19″ମୁକାବିଲା ପାଇଁ ଦଶହଜାର ଟଙ୍କା ଅର୍ଥାତ କୋଡ଼ିଏ ହଜାର ଟଙ୍କା କୁ ମହା ବିପତ୍ତି ସମୟରେ ସଠିକ ଢଙ୍ଗରେ ଖର୍ଚ୍ଚ କରାନଯାଇ କେଵଳ ଗାଁର ପ୍ରତ୍ୟକ ଘରକୁ ୧୫ ରୁ ୨୦ ଟଙ୍କାର ସାନିଟାଇଜର ଓ ୧ ଟଙ୍କା ମୁଲ୍ୟର ଗୋଟିଏ ୟୁଜେଣ୍ଡଥ୍ରୋ ମାସ୍କ ବାଣ୍ଟି କାମ ସାରି ବସିଛନ୍ତି ା ତେବେ ଏଇ ଟଙ୍କା କୁଆଡେ ଗଲା ତାର ତଦନ୍ତ ହେଉଛି ନା ଆତ୍ମସାତ କରି ନିରଦ୍ବନ୍ଦରେ ରିବେ ସରକାରି କର୍ମଚାରି ତାହା ସମୟ କହିବ ା
