ଫେରାର କଏଦୀ ଗିରଫ

ବାଲିଗୁଡା : ବାଲିଗୁଡା ଉପଖଣ୍ଡ କାରାଗାରରୁ ଫେରାର କଏଦୀ ଟୁକୁନା ମାଳିକୁ ଗିରଫ କଲା ବ୍ରାହ୍ମଣୀ ଗାଁ ଥାନା ପୋଲିସ । ପୋଲିସର କଡା ସୁରକ୍ଷା ବଳୟ ସତ୍ତ୍ବେ ବିଚାରାଧୀନ କଏଦୀ ଟୁକୁନା ମାଳି ଫେରାର ହେବାକୁ ସକ୍ଷମ ହୋଇଥିଲା । ଗତ ୧୩ ତାରିଖ ଦିନ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ କାରାଗାରରୁ କଏଦୀ ଫେରାର ହୋଇଯାଇଥିଲା । ଦିନ ଦ୍ବିପ୍ରହରରେ ପୋଲିସକୁ ଚକମା ଦେଖାଇ ଫେରାର ହୋଇଥିଲା । ଗୁରୁବାର ରାତିରେ କେଲେମା ପଦର ଗାଁରୁ ଥାନା ଅଧିକାରୀ ଦଶରଥ ହେମ୍ବ୍ରମଙ୍କ ନେତୃତ୍ବରେ ବ୍ରାହ୍ମଣୀ ଗାଁ ଥାନା ପୋଲିସ ଟିମ୍  ଟୁକୁନା ମାଳିକୁ ଗିରଫ କରିବାରେ ସକ୍ଷମ ହୋଇଛି । ସୂଚନାଯୋଗ୍ୟ ଯେ, କଏଦୀ ଜଣକ ରହୁଥିବା ସେଲର ଝରକାରୁ ଗ୍ରୀଲ୍ କାଟି ଫେରାର ହୋଇଥିଲା । ରାତି ବେଳେ କଏଦୀ ଗଣନା ହେବାରୁ ଜଣେ କଏଦୀ ଅନୁପସ୍ଥିତ ଥିବା ଜଣାପଡିଥିଲା । ଫେରାର ଅଭିଯୁକ୍ତ ହେଲେ ବ୍ରାହ୍ମଣୀ ଗାଁ ଅଞ୍ଚଳର ଟୁକୁନା ମାଳି, ଏକ ହତ୍ୟା ଘଟଣାରେ ଦେଢ଼ ବର୍ଷ ହେବ ଜେଲରେ ଥିଲେ ।  ଟୁକୁନା ଫେରାର ପରେ ପୋଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ସାଜିଥିଲା ଏବଂ ଜେଲର ସୁରକ୍ଷା ପ୍ରତି ଆଙ୍ଗୁଳି ନିର୍ଦ୍ଦେଶ ହୋଇଥିଲା ।

Leave a Reply

Your email address will not be published. Required fields are marked *