ଦିନକୁ ଦିନ କରୋନା ଭୟାବହ ରୂପ ନେବାରେ ଲାଗିଛି । କରୋନା ଅନେକ ଲୋକଙ୍କ ପ୍ରାଣ ନେବା ସହିତ ଏଥିପାଇଁ ସାଧାରଣ ଜୀବନଯାତ୍ରା ମଧ୍ୟ ବିପର୍ଯ୍ୟସ୍ତ ହୋଇସାରିଲାଣି । କେବଳ ଏତିକିି ନୁହେଁ କରୋନା ପାଇଁ ଅଧିକାଂଶ ସରକାରୀ କାର୍ଯ୍ୟାଳୟ ବନ୍ଦ ହେବାକୁ ବସିଛି । କେଉଁଠି କର୍ମଚାରୀ ନାହାନ୍ତି, ତ’ ପୁଣି କେଉଁଠି ବିନା ଅଧିକାରୀରେ ଚାଲିଛି କାର୍ଯ୍ୟାଳୟ ।
ରେଙ୍ଗାଲି ତହସିଲଦାର ଏବଂ ଅତିରିକ୍ତ ତହସିଲଦାରଙ୍କ ସମେତ ୬ ଜଣ କର୍ମଚାରୀ କରୋନା ଯୋଦ୍ଧାଙ୍କ କରୋନା ପଜିଟିଭ ଚିହ୍ନଟ ହେବା ଫଳରେ ତହସିଲ ଅଫିସରେ ଅଚଳାବସ୍ଥା ଦେଖାଦେଇଛି। ବିନା ତହସିଲଦାରରେ ତହସିଲ ଅଫିସ ଚାଲିଛି। ଏଥି ଯୋଗୁଁ ଦହସିଲର କାର୍ଯ୍ୟକ୍ରମ ଗତ ୧୦/୧୨ ଦିନ ହେଲା ସମ୍ପୂର୍ଣ୍ଣ ପ୍ରଭାବିତ ହେଉଥିବାର ଜଣାପଡ଼ିଛି। ତହସିଲଦାର ବ୍ଳକ୍ କରୋନା କମାଡେଣ୍ଟ ଦାୟିତ୍ୱରେ ଥିବା ବେଳେ ତାଙ୍କର ପଜିଟିଭ ଚିହ୍ନଟ ହେବା ଚର୍ଚ୍ଚାର ବିଷୟ ହୋଇଛି। ରେଙ୍ଗାଲି ବ୍ଳକ୍ ଅଞ୍ଚ ରେ ଦିନ କୁ ଦିନ କରୋନା ପଜିଟିଭ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏଭଲି ସ୍ଥିତିରେ କମାଡେଣ୍ଟଙ୍କ ପଜିଟିଭ ଚିହ୍ନଟ ହେବା ଦ୍ଵାରା ପଜିଟିଭ ଚିହ୍ନଟ ହୋଇଥିବା ଅଞ୍ଚଳରେ କଟକଣା ଲାଗୁ କରିବାରେ ଢିଲାପଣ ପରିଲିକ୍ଷିତ ହେଉଛି। ପୂର୍ବରୁ ଏକାଧିକ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଅଞ୍ଚଳରେ ତହସିଲଦାରଙ୍କ ସୁପାରିଶ କ୍ରମେ ୧୪୪ ଧାରା, କଣ୍ଟାନମେଣ୍ଟ ଜୋନ୍, ବଫର୍ ଜୋନ୍ ଘୋଷଣା କରାଯାଉଥିଲା। କିନ୍ତୁ ତହସିଲଦାରଙ୍କ ପଜିଟିଭ୍ ଚିହ୍ନଟ ହେଲା ପରେ ବ୍ଳକର ବିଭିନ୍ନ ଗ୍ରାମରେ ଏକାଧିକ ପଜିଟିଭ୍ ଚିହ୍ନଟ ହେଉଥିଲେ ମଧ୍ୟ ପୂର୍ବ ଭଲି ପଜିଟିଭ ଚିହ୍ନଟ ହୋଇଥିବା ଅଞ୍ଚଳରେ ୧୪୪ ଧାରା, କଣ୍ଟାନମେଣ୍ଟ ଜୋନ୍ କିମ୍ଭା ବଫର୍ ଜୋନ୍ ଘୋଷଣା କରାଯାଉନାହିଁ। କରୋନା ମହାମାରୀ ସଂକ୍ରମଣକୁ ରୋକିବା ପାଇଁ ପଜିଟିଭ ଚିହ୍ନଟ ହୋଇଥିବା ଅଞ୍ଚଳରେ ଉପରୋକ୍ତ ନିଷେଧାଦେଶ ଜାରି କରିବା ପାଇଁ ସରକାର ନିୟମ କରିଛନ୍ତି। ତେବେ ରେଙ୍ଗାଲି ବ୍ଳକ୍ ଅଞ୍ଚଳରେ ଏକାଧିକ ପଜିଟିଭ ଚିହ୍ନଟ ହୋଇଥିବା ଅଞ୍ଚଳରେ ଏହି ନିୟମ ଏବେ ଲାଗୁ ହେଉ ନାହିଁ। ଫଳରେ ଜନସାଧାରଣରେ ସଂକ୍ରମଣ ର ଭୟ ସୃଷ୍ଟି ହେଉଛି।
