ବୌଦ୍ଧ : ଧାନ କିଣାରେ ସ୍ୱଛତା ଆଣିବା ପାଇଁ ୨୦୨୧-୨୨ ଆର୍ଥୀକବର୍ଷ ପାଇଁ ବୌଦ୍ଧ ଜିଲାରେ ନୂତନ ନିୟମ ଆଧାରରେ ଜୁଲାଇ୧୫ରୁ ଚାଷୀ ପଞ୍ଜୀକରଣ ପ୍ରକିୟା ନୂତନଭାବେ ଆରମ୍ଭ ହୋଇଛି।ପଞିକରଣ ପାଇଁ ଚାଷୀ ଚାଷ ଜମି ପ୍ରମାଣପତ୍ର ସହ ଏକ ଘୋଷଣାନାମା ନିଜସ୍ୱ ସମବାୟ ସମିତି କାର୍ଯ୍ୟାଳୟରେ ଦାଖଲ କରିବାକୁ କୁହାଯାଇଛି।ଚାଷୀ ଦାଖଲ କରିଥିବା ଚାଷ ଜମି ପ୍ରମାଣପତ୍ର ଆଧାରରେ ସେଗୁଡିକରେ ପ୍ରକୃତ ଚାଷ ଜମି କି ନୁହେଁ ସେ ବାବଦରେ ରାଜସ୍ୱ ନିରୀକ୍ଷକ,କୃଷି ଗ୍ରାମସେବକ ଏବଂ ପ୍ୟାକ୍ସ ଅଧିକାରୀଙ୍କ ଯୁଗ୍ମ ତଦାରଖରେ ଏସବୁର ସରଜମିନ ତଦନ୍ତ କରାଯାଇ ନିର୍ଭୁଲଭାବେ ଚାଷୀଙ୍କ ପଞିକରଣ ପାଇଁ ନିୟମକୁ କଡାକଡି କରାଯାଇଛି।ଏଥିରେ ରାଜସ୍ୱ ନିରୀକ୍ଷକ,କୃଷି ଗ୍ରାମ ସେବକ ଏବଂ ପ୍ୟାକ୍ସ ଅଧିକାରୀଙ୍କ ତଦନ୍ତରେ କୌଣସି ଅନିୟମିତତା ଦୃଷ୍ଟିକୁ ଆସିଲେ ସେମାନଙ୍କ ବିରୁଦ୍ଧରେ ଦୃଢକାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ମିଳିଛି।ସୂଚନା ଅନୁସାରେ ବୌଦ୍ଧ,ହରଭଙ୍ଗା,କଂଟାମାଳ ଭଳି ୩ଟି ବ୍ଲକ ଅଧିନରେ ୪୨ଟି ପ୍ୟାକ୍ସ ରହିଛି।ଗତବର୍ଷ ୪୨ଟି ସମବାୟ ସମିତି ଅଧିନରେ ୩୪ହଜାର୩୫୦ଜଣ ଚାଷୀ ଧାନବିକ୍ରୀ ପାଇଁ ନାମପଞ୍ଜୀକରଣ କରିଥିଲେ।ଚଳିତବର୍ଷ ନୂତନ ନିୟମ ଲାଗୁପରେ ଗତ ୧୬ତାରିଖ ସୁଦ୍ଧା ଧାନବିକ୍ରୀ ପାଇଁ ଜିଲ୍ଲାରେ ୨୬ହଜାର ଚାଷୀ ନାମ ପଞ୍ଜୀକରଣ କରିଥିବା ଜଣାପଡିଛି।ନାମ ପଞିକରଣ ଅବଧି ଆଉ ୭ଦିନ ବୃଦ୍ଧି କରାଯାଇ ପଞିକରଣ ମିଆଦିକୁ ଆସନ୍ତା ୨୩ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।
