ସେଲିବ୍ରିିଟି ମୁଖାଭିତରେ ଚୋରା ନିଶା ବେପାରୀ

ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପଛରେ ରହିଥିବା ସନ୍ଦିଗ୍ଧ ନିଶା କାରବାର ମାମଲାରେ ନାର୍କୋଟିକ୍ସ କ​‌​‌ଣ୍ଟ୍ରୋଲ ବ୍ୟୁରୋ( ଏନ୍‌ସିବି) ନିଶା ବ୍ୟବସାୟୀ ଅନୁଜ କେଶୱାନୀଙ୍କ ସୂଚନା ଆଧାରରେ ଶନିବାର ଗୋଆ ଓ ମୁମ୍ବଇ ତଥା ପୁଣେର ବିଭିନ୍ନ ସ୍ଥାନରେ ଚଢ଼ଉ କରିଛି। ସାମି ୱାନ୍‌ଖେଡେଙ୍କ ନେତୃତ୍ବରେ ଏହି ଚଢ଼ଉ କରାଯାଇଥିଲା। ଏନ୍‌ସିବି ଦ୍ବାରା ଗିରଫ ହୋଇଥିବା ଅନୁଜ ସମ୍ପ୍ରତି ଏନ୍‌ସିବି ହାଜତରେ ଥିବାବେଳେ ଏନ୍‌ସିବି ପକ୍ଷରୁ ଅନ୍ୟତମ ସନ୍ଦିଗ୍ଧ ନିଶା ବ୍ୟବସାୟୀ କରମଜିତଙ୍କୁ ପଚରାଉଚରା ପାଇଁ ଅଟକ ରଖିବା ପରେ ଗିରଫ କରିଥିବା ସୂଚନା ମିଳିଛି। ସେହିଭଳି ନମନ ଆଲୁୱାଲିଆଙ୍କୁ ମଧ୍ୟ ପଚାରାଉଚରା କରିବ ବୋଲି ଜଣାପଡ଼ିଛି। ଏହି ମାମଲାରେ କାଇଜନ ଇବ୍ରାହିମ୍‌ ପୂର୍ବରୁ ଗିରଫ ହୋଇ ଜେଲ୍‌ରେ ରହିଛନ୍ତି। ସେ ହିଁ ଅନୁଜଙ୍କ ନାମ ଏନ୍‌ସିବି ସମ୍ମୁଖରେ ପ୍ରକାଶ କରିଥିଲେ। ଏ ସମସ୍ତଙ୍କର ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ଭାଇ ସୌଭିକଙ୍କ ସହିତ ସମ୍ପର୍କ ରହିଛି। ସେହିଭଳି ଋଶିକେଶ ପୱାର ନାମକ ଅନ୍ୟଜଣଙ୍କୁ ମଧ୍ୟ ଏନ୍‌ସିବି ଅଟକ ରଖିଛି। ପୱାରଙ୍କୁ ସିବିଆଇ ମଧ୍ୟ ଶନିବାର ସମନ ଜାରି କରିଥିଲା। ପୱାର ପ୍ରଥମେ ସିବିଆଇର ସମ୍ମୁଖୀନ ହେବା ପରେ ଏନ୍‌ସିବି ଅକ୍ତିଆରକୁ ଆସିଥିବା ପ୍ରକାଶ। ପଚରାଉଚୁରାବେଳେ ସେ ସୁଶାନ୍ତ ସିଂହ ରାଜପୁତଙ୍କ ପାଖକୁ ଗଞ୍ଜେଇ ପଂାଉଥିବା ସ୍ବୀକାର କରିଥିବା ଜଣାପଡ଼ିଛି। ନିଶା କାରବାର ମାମଲାରେ ଏନ୍‌ସିବି ମୋଟ ୭ଜଣଙ୍କୁ ଗିରଫ କଲାଣି। ଅନ୍ୟ ଏକ ସୂଚନାନୁଯାୟୀ, ନିଶା ମାମଲାରେ ବଲିଉଡ ଅଭିନେତ୍ରୀ ସାରା ଅଲ୍ଲୀ ଖାଁ ଓ ରାକୁଲ ପ୍ରୀତ୍‌ ସିଂହଙ୍କୁ ମଧ୍ୟ ଏନସିବିର ସମ୍ମୁଖୀନ ହେବାକୁ ପଡ଼ିପାରେ। ଏହି ଦୁହିଁଙ୍କ ସହିତ ଡିଜାଇନର୍ ସିମୋନ୍ ଖମ୍ବଟ୍ଟା, ସୁଶାନ୍ତଙ୍କ ବନ୍ଧୁ ତଥା ପୂର୍ବତନ ମ୍ୟାନେଜର ରୋହିଣୀ ଅୟର ଓ ଚଳଚ୍ଚିତ୍ର ନିର୍ମାତା ମୁକେଶ ଛାବ୍ରା ମଧ୍ୟ ନିଶା ସେବନ କରୁଥିବା ଏନ୍‌ସିବି ପଚରାଉଚୁରାବେଳେ ଜଣାପଡ଼ିଛି। ରିୟା ସୂଚନା ଦେଇଥିବା ୨୧ ସେଲିବ୍ରିଟିଙ୍କ ମଧ୍ୟରେ ଏହି ୫ଜଣଙ୍କ ନାମ ରହିଥିବା ପ୍ରକାଶ। ସେମାନଙ୍କୁ ଏନ୍‌ସିବି ସମନ କରିବ ବୋଲି ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *