ଜଳେଶ୍ୱର : ଅମାନିଆ କେନ୍ଦ୍ର ମନ୍ତ୍ରୀ , କୋଭିଡ ଆଇନକୁ ଭୁଲିଗଲେ। ରାଜନୀତି ପାଇଁ ନିୟମକୁ ହେଆର ବୋଲି କେଆର କଲେନି। କେନ୍ଦ୍ର ସରକାରଙ୍କ କୃଷିବିଲ ସପକ୍ଷରେ ଜେଳେଶ୍ବରରେ ସଚେତନତା କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ସାମାଜିକ ଦୂରତାକୁ ଭୁଲିଗଲେ। ଭୁବନେଶ୍ୱରର ସାଂସଦ ଅପରାଜିତା ଷଡ଼ଙ୍ଗୀ ନିଜ ଜନ୍ମଦିନ ପାଳନ ସମୟରେ ସାମାଜିକ ଦୁରତ୍ଵକୁ ଭୁଲି ବିବାଦୀୟ ହୋଇ ପଡିଥିବା ବେଳେ ଆଜି ବାଲେଶ୍ଵର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଷଡ଼ଙ୍ଗୀ ପୁଣି ଅପରାଜିତା ଙ୍କ ପରି ଅନୁରୂପ ଭାବେ କୋଭିଡ ଆଇନକୁ ଉଲଙ୍ଘନ କରିବା ସାଧାରଣରେ ଅପଚର୍ଚ୍ଚାକୁ ଖୋରାଗ ଯୋଗାଉଛି। ନେତୁଆ ପଞ୍ଚାୟତର କମାରଶାଳିଆ ମାର୍କେଟରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀଙ୍କୁ ପ୍ରାୟ ୧୫ ମିନିଟ ଧରି ଦଳର ବହୁ ନେତା ଓ କର୍ମୀ ଘେରି ଯାଇଥିଲେ । ଏହାପରେ କେନ୍ଦ୍ରମନ୍ତ୍ରୀ ସେଠାରୁ ଏକ ଶୋଭାଯାତ୍ରାରେ ସୁଗୋ ପଞ୍ଚାୟତକୁ ଆସିବା ସହ ସେଠାରେ ଏକ ସାଧାରଣ ସଭାରେ ମଧ୍ୟ ଯୋଗଦେଇ ଥିଲେ । ଏଠାରେ ମଧ୍ୟ ପ୍ରାୟ ଅଧଘଣ୍ଟାଏ ଧରି ସାଧାରଣ ସଭା ଚାଲିଥିବା ବେଳେ ଦଳୀୟ ନେତା ଓ କର୍ମୀ ମାନେ କେନ୍ଦ୍ରମନ୍ତ୍ରୀଙ୍କ ଅତୀ ନିକଟରେ ଗହଳି କରିଥିବା ଦେଖାଯାଇଥିଲା । କେନ୍ଦ୍ରମନ୍ତ୍ରୀଙ୍କ ଏଭଳି କାର୍ଯ୍ୟକୁ କଣ କୁହାଜିବ ଅମାନିଆ ନା ଆଉକିଛି। ତେବେ ଆଇନ କଣ ଗରିବ ଲୋକଙ୍କ ପାଇଁ ? ନା ବଡନେତା ଓ ବଡବାବୁମାନେ ଆଇନକୁ ତାଙ୍କ ପକେଟରେ ରଖିଛନ୍ତି । ତେବେ କେନ୍ଦ୍ରମନ୍ତ୍ରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ ନା ଖସାଇ ଦିଆଜିବ ତାହା ସମୟ କହିବ।
