ସୋର: ଆଜି ହେଉଛି ବିଜୁ ଜନତା ଦଳର ୨୨ତମ ପ୍ରତିଷ୍ଠା ଦିବସ ଅର୍ଥାତ୍ ବିଜେଡି ଦଳ ଆଜି ୨୨ବର୍ଷରେ ପହଁଚିଲା। ଯାହାକୁ ନେଇ ସାରା ରାଜ୍ୟରେ ଦଳ ପକ୍ଷରୁ ବେଶ ଧୁମ ଧାମରେ ପାଳନ କରାଯାଉଥିଲା ବେଳେ ସୋରରେ ମଧ୍ୟ ବେଶ ଆଡମ୍ବରରେ ପାଳନ କରାଯାଇଛି। ସକାଳେ ସୋର ବିଧାୟକ ଏବଂ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ସୋର ପୁରୁବାଇ
କନ୍ୟାଅଶ୍ରମରେ ଛାତ୍ରଛାତ୍ରୀଙ୍କୁ ଫଳ ବଣ୍ଟନ କରିଥିଲେ। ଏବଂ ସୋର ଟାଉନ ହଲ ସ୍ଥିତ ଏକ ମେଗା ରକ୍ତ ଦାନ ଶିବିର ଜୀବନ ବିନ୍ଧୁ ଅନୁଷ୍ଠିତ ହୋଇଥିଲା। ଏହି ରକ୍ତଦାନ ଶିବିରରେ ସ୍ବଚ୍ଛାକୃତ ଭାବେ ଅନେକ ଛାତ୍ରଛାତ୍ରୀ ଓ ଜନସାଧାରଣ ରକ୍ତଦାନ କରିଥିଲେ। ଏବଂ ୨୧୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ସୋର ବିଜେଡି ଦଳ ତରଫରୁ ମ୍ୟୁନସିପାଲଟି ସଭାପତି,ସୋର ବ୍ଲକ ସଭାପତି,ବାହାନଗା ବ୍ଲକ ସଭାପତି ସହଯୋଗ କରିଥିଲେ।
