ମୃତ୍ୟୁ ସଂଖ୍ୟା 227

  ଆମେରିକା ହାଇତିରେ ଭୟଙ୍କର ଭୂକମ୍ପରେ ଏବେ ସୁଦ୍ଧା 227 ଜଣ ପ୍ରାଣ ହରାଇଥିବା ସୂଚନା ମିଳିଛି । ଅନେକ ନିଖୋଜ ଥିବା ବେଳେ ମୃତ୍ୟୁ ସଂଖ୍ୟା ଆଗକୁ ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି ।

୭.୨ ତୀବ୍ରତା ଭୂକମ୍ପରେ ଅନେକ ବଡ ବଡ କୋଠା ଭୂଷୁଡି ପଡିଛି । କୋଠା ତଳେ ଅନେକ ଲୋକ ଚାପି ହୋଇ ରହିଥିବା କୁହାଯାଉଛି । ଅନ୍ୟପଟେ ଯୁଦ୍ଧକାଳିନୀ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ମାସେ ପର୍ଯ୍ୟନ୍ତ ହାଇତିର ପ୍ରଧାନମନ୍ତ୍ରୀ ଏରିଏଲ ହେନରି ଷ୍ଟେଟ ଏମର୍ଜେନ୍ସୀ ଜାରି କରିଛନ୍ତି ।

ପ୍ରଳୟଙ୍କାରୀ ଭୂକମ୍ପ ହଜାର ହଜାର ଲୋକଙ୍କୁ ବେଘର କରିଛି । ଭୂକମ୍ପର ଗଭୀରତା 10 କିମି ରହିଥିବାବେଳେ ଉତ୍ତରରୁ ସେଣ୍ଟ-ଲୁଇସ-ଦୁ-ସୁଦ ରୁ 12 କିମି ପର୍ଯ୍ୟନ୍ତ ଏହାର ପ୍ରଭାବ ରହିଥିଲା । ଭଗ୍ନାବଶେଷ ତଳୁ ନିଜ ସମ୍ପର୍କୀୟଙ୍କୁ ଖୋଜୁଛନ୍ତି ଲୋକେ । ସମଗ୍ର ଅଞ୍ଚଳ ଯେପରି ନଷ୍ଟ ଭ୍ରଷ୍ଟ ହୋଇଯାଇଛି ।

Leave a Reply

Your email address will not be published. Required fields are marked *