ସ୍ୱାମୀ ମରିବାର ବିତିଲା ୪ବର୍ଷ

ରେଙ୍ଗାଲି: ସରକାର ଅସହାୟ ଅବସ୍ଥା ରେ ଜୀବନ ଯାପନ କରୁଥିବା ବିଧବା ଏବଂ ବୃଦ୍ଧ/ ବୃଦ୍ଧା ମାନଙ୍କୁ ମଧୁବାବୁ ପେନ୍ସନ୍ ଯୋଜନା ରେ ପ୍ରତିମାସ ଭତ୍ତା ଯୋଗାଇ ଦେବାକୁ ଯୋଜନା କରିଛନ୍ତି। ତେବେ ତୃଣମୂଳ ସ୍ତର ରେ କାର୍ଯ୍ୟରତ କର୍ମଚାରୀ ମାନଙ୍କ ଉଦାସୀନତା ଯୋଗୁଁ ଅନେକ ଅସହାୟ ସରକାର ଙ୍କ ମଧୁବାବୁ ପେନସନ୍ ଯୋଜନା ର ସୂଫଳ ପାଇବାରୁ ବଞ୍ଚିତ ହେଉଥିବାର ଦେଖିବାକୁ ମିଳୁଛି। ରେଙ୍ଗାଲି ବ୍ଳକ୍ ଲଇଡା ଗ୍ରାମର ସୁଲୋଚନା ଧୁରୁଆ ନାମ୍ନୀ ବିଧବା ଏହାର ଜ୍ୱଳନ୍ତ ଉଦାହରଣ ଅଟନ୍ତି । ସୁଲୋଚନା ଙ୍କ ସ୍ୱାମୀ ମୃତ୍ୟୁ ବରଣ କରିବାର ପ୍ରାୟ ୫ବର୍ଷ ବିତିଗଲାଣି। ସ୍ୱସମୀ ଙ୍କ ମୃତଗ୍ୟୁ ପରେ ସେ ରଙ୍ଗଟିକ୍ରା ସ୍ଥିତ ନିଜ ଝିଅ ଙ୍କ ଘରେ ଆଶ୍ରୟ ନେଇଛନ୍ତି। ବିଧବା ଭତ୍ତା ପାଇଁ ପ୍ରାୟ ସେ ଅନେକଥର ଆବେଦନ କରିଥିଲେ ହେଁ ତାଙ୍କୁ ଏପର୍ଯ୍ୟନ୍ତ ଭତ୍ତା ମିଳିନାହିଁ ବୋଲି ସେ କ୍ଷୋଭ ପ୍ରକାଶ କରିଛନ୍ତି। ଏସଂକ୍ରାନ୍ତରେ ରେଙ୍ଗାଲି ବିଡିଓ ଶଙ୍କରପ୍ରସାଦ ସାହୁ ଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ ସୁଲୋଚନା ଯେପରି ଯଥାଶୀଘ୍ର ଭତ୍ତା ପାଇବେ ସେଦିଗରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *