ବାସୁଦେବପୁର : ଲୋକଙ୍କ ଭୋଟ ନେଇ ଅଏସ କରି ଲୋକଙ୍କୁ ତାଙ୍କ ଡ୍ୟାସ ଭାବୁଛନ୍ତି କି ବାସୁଦେବପୁର ବିଧାୟକ। ବିଧାୟକ ହେବା ବିଷ୍ଣୁବ୍ରତଙ୍କର କୁଆଡେ ପାରିବାରିକ ଅଧିକାର। ବାପା ବହୁଦିନ ବିଧାୟକ ମନ୍ତ୍ରୀ ପଦବିରେ ରହି ଅଏସ କରିଥିବା ବେଳେ ଏବେ ପୁଅ ରାଜ କରୁଛନ୍ତି। ବାସୁଦେବପୁରରେ ଆଲୋଚନା ହୁଏ ବିଧାୟକ ମହୋଦୟ କାହାକୁ ଦେଖା ଦିଅନ୍ତିନି। ଫିତା କଟା ବା କର୍ମୀ ସମ୍ମିଳନି ହେଲେ ୟାଙ୍କର ଦେଖା ମିଳେ। ବାସୁଦେବ ପୁରରେ ମାଳ ମାଳ ସମସ୍ୟା କିନ୍ତୁ ସାରଙ୍କ ପାଖରେ ଖବର ନଥିବ। ବିଧାୟକ ମହୋଦୟ ଆମେ ଲେଖୁଛୁ ଏ ନିୟୁଜ ପଢନ୍ତୁ ଲୋକଙ୍କୁ ସାହାଯ୍ୟ କରନ୍ତୁ। ଲୋକ ଆପଣଙ୍କୁ ଭୋଟ ଦେଇ ନିର୍ବାଚିତ କରିଛନ୍ତି , ଲୋକଙ୍କ ଟିକସ ଅର୍ଥରେ ଆପଣ ଭତ୍ତା ନେଉଛନ୍ତି। ସମସ୍ତଙ୍କୁ ଜଣା ଆପଣଙ୍କ ବାପାଙ୍କର ବହୁତ ଟଙ୍କା ଅଛି , ବସିକି ଖାଇଲେ ସରିବନି କିନ୍ତୁ ଇଂଗ୍ରେଜ ମାନଙ୍କ ପାଖରୁ ଗୋଲାମି କରିବାର ଆଦତ୍ତ ଆମର ରହିଯାଇଛି। ସେଥିପାଇଁ ଆପଣ ଜିତି ଯାଉଛନ୍ତି। ସତସାହସ ଥିଲେ ଛାତିରେ ହାତରଖି କୁହନ୍ତୁ ବାସୁଦେବ ପୁରରେ କଣ ହେଉଛି ଆପଣ ଯାଣନ୍ତି। ଗରିବ ମା ଟେ ଡାକ୍ତରଖାନା ଗଲେ ଡାକ୍ତର ନଥିବାରୁ ତାକୁ ଭଦ୍ରକ ରେଫର ହେବାକୁ ପଡେ ଯାହା ରୋଗର ଯନ୍ତ୍ରଣା ଠାରୁ ଅଧିକ ହୋଇଯାଏ। ତମେତ ଭୁବନେଶ୍ବରର ଶୀତତାପ ନିୟନ୍ତ୍ରୀତ କୋଠରିରେ ଅଏସ କଲ। ଯିଏ ନିର୍ବାଚିତ କରେଇଥିଲା ସିଏ କେମିତି ଅଛି ଯାଣିଛ !ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ୟା ଦେଖିଲେ ବିକାଶ କଥା ଟା ବାହାସଫୁଟ ଭଳି ଲାଗିବ ! ଏହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ବାସୁଦେବପୁର ପୌରାଞ୍ଚଳ ସହିତ ବ୍ଲକର ୩୬ପଞ୍ଚୟତ, ଚାନ୍ଦବାଲିର ୮ପଞ୍ଚୟତ, ସିମୁଳିଆର ଦୁଇ ପଞ୍ଚୟତ, ଏବଂ ସୋର ବ୍ଲକର ୨ପଞ୍ଚୟତ ନିର୍ଭର କରନ୍ତି ା କିନ୍ତୁ ଦୁଃଖର କଥା ଜଣେ ସ୍ପେଷାଲିଷ୍ଟ , ଚାରିଜଣ ଡ଼କ୍ଟର ଓ ୨ଜଣ ଡେପୁଟେସନରେ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରରୁ ଆସି କାର୍ଯ୍ୟ କରୁଛନ୍ତି। ଏଇ ଡାକ୍ତର ମାନେ ସାଧାରଣ ରୋଗୀ ଟିଏ ଗଲେ ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରକୁ ରେଫର କରିଦେଉଛନ୍ତି। ବିଧାୟକ ବାବୁ ବାଲେଶ୍ୱର ଉପନିର୍ବାଚନରେ ବୁଲି ଇଲେକ୍ସନ ପ୍ରଚାର କରୁଥିବା ବେଳେ ନିଜ ନିର୍ବାଚନ ମଣ୍ଡଳୀରେ କେବଳ ଶୁଭ ଦେବାକୁ ଦେଖା ଦିଅନ୍ତି। ଡାକ୍ତରଖାନାକୁ ବାହାରୁ ପଟରୁ ଦେଖିଲେ ଲୋକ ଦେଖି ବାକୁ ବଡ ବଡ଼ ଅଟାଳିକା ତିଆର କରାଯାଇଛି। ପୂର୍ବତନ ମନ୍ତ୍ରୀଙ୍କ ପୁଅର ଷ୍ଟାମ୍ପ ମାରି ବିଧାୟକ ସାଜିଥିବା ବିଷ୍ଣୁବ୍ରତ ବାବୁ କେବେ ବାସୁଦେବପୁର ମେଡିକାଲର ସମସ୍ୟା ସମାଧାନ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା। ନା ଲୋକଙ୍କ ଭୋଟରେ ଜିତି ସାରିବା ପରେ ଲୋକଙ୍କ ଟଙ୍କାରେ ଅଏସ କରି ଲୋକଙ୍କ ସମସ୍ୟା ସମାଧାନ ନକରି ଶୀତ ତାପ ନିୟନ୍ତ୍ରୀତ ଘରେ ରହି ଅଏସ କରୁଛନ୍ତି ତାହା ସମୟ କହିବ।
