ମୋଦିସରକାର ଆଉ ଏକ କଳା ଫିରିଙ୍ଗି, ଏ ଆଇ ଓ୍ଵାଇ ଏଫର ସଭାରେ କହିଲେ ନେତା

ସୋର : ସୋର ବ୍ଲକ ସରସଙ୍ଖ ଠାରେ ଅଖିଳ ଭାରତ ଯୁଵ ସଂଘ (ଏଆଇଓ୍ଵାଇଏଫ)ର ଵାଲେଶ୍ଵର ଜିଲ୍ଲା କମିଟି ପକ୍ଷରୁ ଆମ ନିଯୁକ୍ତି ଓ ଆମ ଭଵିଶ୍ଯତ ଅଭିଯାନର ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଏଆଇଓ୍ଵାଇଏଫର ଜିଲ୍ଲା ସଭାପତି ପ୍ରଶାନ୍ତ ଦାସଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି ସଭାରେ ରାଜ୍ଯ ସମ୍ପାଦକ କମ୍ରେଡ ଅଵକାଶ ସାହୁ,ଜିଲ୍ଲା ଉପସଭାପତି କଃ ଵିପୀନ ଵାରିକ,ଜିଲ୍ଲା ସମ୍ପାଦକ କଃ ତପନ କୁମାର ସିଟ,ସୁରେଶ ଚନ୍ଦ୍ର ଖଟୁଆ, ପୁର୍ଵତନ ଏଆଇଓ୍ଵାଇଏଫ ନେତା ପ୍ରଦୀପ ଦାଶ, ପୁର୍ଵତନ ଏଆଇଏସଏଫ ରାଜ୍ଯ ସମ୍ପାଦକ ଜୟନ୍ତ ଦାସ ପ୍ରମୁଖ ଉଦଵୋଧନ ଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଵିଭିନ୍ନ ଜନଵିରୋଧୀ ନୀତି , ଯଥା ୪୪ଟି ଶ୍ରମ ଆଇନ ସଂଶୋଧନ,ଅତ୍ଯାଵଶ୍ଯକୀୟ ସାମଗ୍ରୀଆଇନ ସଂଶୋଧନ, କଣ୍ଟ୍ରା୍କ୍ଟ ଫାର୍ମିଙ୍ଗ ଆଇନ,ଘରୋଇ ମଣ୍ଡି ଆଇନ ସମ୍ପର୍କରେ କ୍ଷୋଭ ପ୍ରକାଶ କରିଥଲେ । ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ଵୟ ସମିତି ଏଵଂ ଅଖିଳ ଭାରତ କୃଷକ ସଭା ଆହ୍ଵାନରେ ଦିଲ୍ଲୀର ସମସ୍ତ ପ୍ରଵେଶ ଦ୍ଵାରରେ ଚାଲିଥିଵା କୃଷକ ଆନ୍ଦୋଳନକୁ ସମର୍ଥନ ଦେଇ ଏଆଇଓ୍ଵାଇଏଫ ପକ୍ଷରୁ ଵିଭିନ୍ନ ଗ୍ରାମ ପଞ୍ଚାୟତ ସ୍ତରରେ କୃଷକ ଶୋଭାଯାତ୍ରା କରିଵାକୁ ଆହ୍ଵାନ ଦେଇଛନ୍ତି। ତେବେ ଏହିଅବଶରରେ ବକ୍ତା ମାନେ କହିଥିଲେ ଦେଶର ଭବିଶ୍ୟତ କେବଳ ଯୁବବର୍ଗହିଁ ବଦଳାଇ ପାରିବେ , ନହେଲେ ମୋଦି ସରକାର ଭଳି ଗୋରାସରକାର ଦେଶକୁ ବିକ୍ରି କରିବାର ଜେଉଁ ଚକ୍ରାନ୍ତ କରିଛନ୍ତି ତାହା ସଫଳ ହୋଇଜିବ ା ଏହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ପାକନ ମହାଣା,ସେକ ବାବୁ ଭାଇଙ୍କ ସହ ବହୁ ସ୍ଥାନୀୟ ଲୋକ ା ଏହି ଅବସରରେ ସରସଙ୍ଖ ଗ୍ରାମର ଗ୍ରାମବାଶିଙ୍କ ବହୁଳ ଉପସ୍ଥିତିକୁ ଭୁଇୟସି ପ୍ରସଂସା କରିଥିଲେ ଆୟୋଜକ ମାନେ ା

Leave a Reply

Your email address will not be published. Required fields are marked *