ବିରୋଧୀଙ୍କ ଉପରେ ବର୍ଷିଲେ କେନ୍ଦ୍ର ସରକାର

 : ସଂସଦରେ ହଙ୍ଗାମାକୁ ନେଇ ବିରୋଧୀଙ୍କ ଉପରେ ବର୍ଷିଲେ କେନ୍ଦ୍ର ସରକାର । ବିରୋଧୀଙ୍କ ବିରୋଧରେ ଆଣିଲେ ସଂସଦ ନ ଚଳାଇ ଦେବାର ଅଭିଯୋଗ । ବିରୋଧୀ ଦଳଗୁଡ଼ିକ ସଂସଦର ଉଭୟ ସଦନକୁ ଚଳାଇ ଦେଉ ନଥିବାରୁ ବୁଧବାର ଏକ ଅପ୍ରତ୍ୟାଶିତ ଢଙ୍ଗରେ ଲୋକସଭା ଓ ରାଜ୍ୟସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରାଯାଇଛି।

ଜୁଲାଇ ୧୯ରେ ଆରମ୍ଭ ହୋଇଥିବା ସଂସଦର ମୌସୁମୀ ଅଧିବେଶନ ଅଗଷ୍ଟ ୧୩ ଯାଏ ଚାଲିଥିବାର ଥିଲା। ରାଜ୍ୟସଭାରେ ହୋଇଥିବା ହଙ୍ଗାମାର ଭିଡିଓ ଏବେ ସାମ୍ନାକୁ ଆସିଛି । ଯେଉଁଥିରେ ବିରୋଧୀ ମାନେ ନାରାବାଜି ସହ ଗୃହ କାର୍ଯ୍ୟକୁ ସମ୍ପୂର୍ଣ୍ଣ ଅଚଳ କରିଦେଇଛନ୍ତି । ସ୍ଥିତି ଏପରି ଥିଲା ଯେ , ନିୟନ୍ତ୍ରଣ ପାଇଁ ମାର୍ସଲ ମାନଙ୍କୁ ନିୟୋଜିତ କରାଯାଇଥିଲା ।

ଗୃହରେ ବିରୋଧୀଙ୍କୁ ହଙ୍ଗମାକୁ ନେଇ ଆଜି କେନ୍ଦ୍ର ମନ୍ତ୍ରଣାଳୟ ପକ୍ଷରୁ ଏକ ପ୍ରେସ୍‌ମିଟ କରାଯାଇଛି । ଏଥିରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କହିଛନ୍ତି, ସଂସଦରେ ଅଚଳାବସ୍ଥା ନେଇ ବିରୋଧୀଙ୍କ ଆଚରଣ ଗ୍ରହଣୀୟ ନୁହେଁ। ସେମାନେ ଭାବୁଛନ୍ତି ବହୁତ ଭଲ ଭାବରେ କାମ କରିଛନ୍ତି।

ନିଜେ ହଙ୍ଗମା କରି ଭିଡିଓ ସୋସିଆଲ ମିଡିଆରେ ଛାଡ଼ୁଛନ୍ତି।  ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ସମୟରେ ହୋ ହଲ୍ଲା କରିବା ଅନ୍ୟ ନେତାଙ୍କୁ କହି ବାକୁ ନଦେବା କେତେ ଯୁକ୍ତିଯୁକ୍ତ। ଯେଉଁମାନେ ଅଧ୍ୟକ୍ଷ ଏବଂ ବାଚସ୍ପତିଙ୍କ ଉପରକୁ ଆକ୍ରମଣ କରିବା ପାଇଁ ଚେଷ୍ଟା କରିଥିଲେ ସେମାନଙ୍କ ବିରୋଧରେ ସେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *