ଯାଜପୁର : ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଯାଜପୁର ଜିଲ୍ଲା ପଣସା ପଂଚାୟତ ଅନ୍ତର୍ଗତ ପାଟପୁର ରଘୁନାଥପୁର ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ଗାଁ ନିକଟ ଗଛରେ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଗଛରେ ମୃତଦେହ ଝୁଲୁଥିବା ଦେଖି ଗ୍ରାମବାସୀ ଯାଜପୁର ଟାଉନ ଥାନାକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତ ମହିଳା ଜଣେ ଆଦିବାସୀ ସମ୍ପ୍ରଦାୟର ସୁରବାଲି ବାବୁ ଖାଙ୍କ ସ୍ତ୍ରୀ ଚତର ବୋଲି ଜଣାପଡିଛି । ମୃତ ମହିଳାଙ୍କ ବାପା ଏହା ଏକ ହତ୍ୟାକାଣ୍ଡ ବୋଲି ଥାନାରେ ଅଭିଯୋଗ କଲା ପରେ ପୋଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
