ଅମାନିଆଙ୍କୁ ସାବାଡ କରିବା ପାଇଁ ବଣାଇ ପୋଲିସର କଡ଼ାକଡ଼ି ଯାଞ୍ଚ

ବଣାଇ : ରାଜ୍ୟରେ କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନୂତନ କୋଭିଡ ଗାଇଡ୍ ଲାଇନ ଲାଗୁ କରିଥିବା ବେଳେ ସମସ୍ତ ସହରରେ ରାତ୍ରି ୯ଟା ରୁ ସକାଳ ୫ଟା ପଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଲଗାଯାଇଛି । ବଣାଇ ଉପଖଣ୍ଡରେ ମଧ୍ୟ କୋଭିଡ ସଂକ୍ରମଣ ଅଧିକ ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ବଣାଇ ଉପଖଣ୍ଡରେ ମଧ୍ୟ ପୋଲିସ ବିଭାଗ ଦ୍ଵାରା ବ୍ୟାପକ ସଚେତନତା କରାଯିବା ସହିତ କୋଭିଡ ନିୟମ ପାଳନକୁ କଡାକଡି କରାଯାଇଛି । ଵଣାଇର ବିଭିନ୍ନ ଛକ ସ୍ଥାନ ମାନଙ୍କରେ ଯାଞ୍ଚ ପ୍ରକ୍ରିୟାକୁ କଡାକଡି କରାଯାଇଥିବାବେଳେ, ଅନେକ ଅମାନିଆ ବିନା ହେଲମେଟ ଓ ବିନା ମାକ୍ସରେ ବାଇକ୍ ନେଇ ବୁଲୁଥିବା ବେଳେ ପୋଲିସ ପାଖରେ ଧରାପଡ଼ି ତଣ୍ଡ ଗଣୁଥିବା ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *