ନଦୀ ସୁଅରେ ଭାସିଗଲେ ମହିଳା

ଉଦଳା : ଲଗାଣ ବର୍ଷା କାରଣରୁ ନଦୀ ଫୁଲୁଛି । ନଦୀରେ ଭାସିଗଲେ ମହିଳା । ମୟୁରଭଞ୍ଜ ଜିଲ୍ଲା ଉଦଳା ନାଲୁହା ନଦୀରେ ଭାସିଯାଇଛନ୍ତି ମହିଳା । ନିଖୋଜ ମହିଳାଙ୍କୁ ନାମ ସାବିତ୍ରୀ ବିଶ୍ୱାଳ ବୋଲି ଜଣାପଡିଛି । ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଖବର ଅନୁଯାୟୀ, ଶିମିଳିପାଳ ଉପର ମୁଣ୍ଡରେ ଲଗାଣ ବର୍ଷା କାରଣରୁ ଫୁଲୁଛି ନଦୀ । ନାଲୁହା ନଦୀର ଜଳସ୍ତର ବୃଦ୍ଧି ପାଇଥିବା ବେଳେ ନଦୀ ପାଣି ଲୋକଙ୍କ ଘରେ ପଶିଯାଇଛି । ଯାହାଫଳରେ  ଅନେକ ପରିବାର ପାଣି ଘେରରେ ରହିଛନ୍ତି । ଏଭଳି ସ୍ଥଳେ ଗୁରୁବାର ଘଟିଯାଇଛି ଏକ ଅଘଟଣ । ଖୁଣ୍ଟା ଥାନା ହରିପୁର ଗାଁର ସାବିତ୍ରୀ ବିଶ୍ୱାଳ ନିଜ ଘର ବାଡି଼କୁ କାମ କରିବା ନିମନ୍ତେ ଯାଇଥିଲେ । ଘର ବାଡ଼ିରେ ବନ୍ୟା ଜଳ ଯାଉଥିବା ବେଳେ ସେଠାରେ ତାଙ୍କର ଗୋଡ଼ ଖସିଯାଇଥିଲେ । ଯାହା ଫଳରେ ନଦୀର ପ୍ରଖର ସୁଅରେ ସେ ଭାସି ଯାଇଥିଲେ । ପରିବାର ଲୋକେ ଏନେଇ ଖୁଣ୍ଟା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଏହାପରେ  ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଁଚି ଖୋଜାଖୋଜି କରୁଥିଲେ । କିନ୍ତୁ ନିଖୋଜ ମହିଳାଙ୍କ କିଛି ପତ୍ତା ମିଳିନାହିଁ । ଅଗ୍ନିଶମ ବିଭାଗ ଏବେ ବି ପ୍ରୟାସ ଜାରି ରଖିଛି ।

Leave a Reply

Your email address will not be published. Required fields are marked *