ଵଣାଇଗଡ: ରିପୋର୍ଟ (ଲୋକନାଥ ସାମଲ)
ଵଣାଇଗଡ: ଓଡ଼ିଶାର ମହାନ୍ ଜନନାୟକ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସୁ ପୁତ୍ର, ତଥା କୋଟି କୋଟି ଓଡିଆଙ୍କ ହୃଦୟ ର ନେତା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ୭୬ତମ ଜନ୍ମ ଦିବସ ଅବସରରେ ଵଣାଇ ସଦର ମହକୁମା ସ୍ଥିତ ଆଇ, ଟି,ଡିଏ, ସମ୍ମିଳନୀ କକ୍ଷରେ ଵଣାଇ ଵିଜୁ ଜନତା ଦଳ ପକ୍ଷରୁ ସମସ୍ତ କାର୍ଯ୍ୟ କର୍ତ୍ତା କଂ ଦ୍ଵାରା ସେବା ଓ ସମର୍ପିତ ର ପ୍ରତିକ ସ୍ବରୂପ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।
ଏହାକୁ ସୁନ୍ଦରଗଡ଼ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ସୁକିନ୍ଦା ବିଧାୟକ ଇଂ ପ୍ରିତିରଞ୍ଜନ ଘଡେ଼ଇ କଂ ଦ୍ଵାରା ଶୁଭ ଉଦଘାଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଵଣାଇ ର ସମସ୍ତ ବିଜୁ ଜନତା ଦଳର କାର୍ଯ୍ୟକର୍ତ୍ତା କଂ ସହିତ ବହୁ ସଂଖ୍ୟା ରେ ଜନସାଧାରଣ ସ୍ବତଃ ପ୍ରଵୃତ ଭାବେ କାର୍ଯ୍ୟ କ୍ରମ ରେ ଯୋଗଦେଇ ରକ୍ତ ଦାନ କରିଥିବା ଦେଖାଯାଇଥିଲା। ଏହି କାର୍ଯ୍ୟକ୍ରମ କୁ ଜିଲ୍ଲା ଶ୍ରମିକ ସାମୁଖ୍ୟ ସଭାପତି ଶ୍ରୀ ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ କଂ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ, ପରିଚାଳନା କରାଯିବା ସହିତ, ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଭୀମସେନ ଚୌଧୁରୀ, ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷ ରଣଜିତ୍ କିସାନ ଯୁବ ସଂଗଠକ ରୋହିତାଶ୍ଵ ମିଶ୍ର, ତଥା ବଣାଇ ଉପଖଣ୍ଡ ର ସମସ୍ତ କାର୍ଯ୍ୟ କର୍ତ୍ତା ଯୋଗଦେଇ କାର୍ଯ୍ୟ କ୍ରମ କୁ ଆଗେଇ ନେଇଥିଲେ
