ଦିଲ୍ଲୀ : ଚାକିରି ଦେବା ନାଁ ରେ ମହିଳାଙ୍କୁ ଚଳନ୍ତା କାରରେ ଗଣଦୁଷ୍କର୍ମ । ଦିଲ୍ଲୀ ଶାସ୍ତ୍ରୀ ପାର୍କ ଅଞ୍ଚଳରେ ଜଣେ 35 ବର୍ଷ ମହିଳାଙ୍କୁ ଚାକିରି ଦେବା ନାଁରେ ଚଳନ୍ତା କାରରେ ଗଣଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି । ଏନେଇ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଥିବା ସୂଚନା ରହିଛି ।
ପୋଲିସ ର କହିବାନୁଯାୟୀ, ମହିଳାଙ୍କ ଅଭିଯୋଗ ପରେ ତୁରନ୍ତ ତଦନ୍ତର ଆରମ୍ଭ ହୋଇଥିଲା । ଅଭିଯୋଗର କେଇ ଘଣ୍ଟା ପରେ ଦୁଇ ଜଣଙ୍କୁ ପୋଲିସ ଗିରଫ କରିଛି । ଦୁଇ ଅଭିଯୁକ୍ତଙ୍କ ବିରୋଧରେ ଆଇପିସି ଧାରା 376 ଓ 506 ଆଧାରରେ ଏକ ମାମଲା ରୁଜୁ ହୋଇଛି । ଅଭିଯୁକ୍ତଙ୍କୁ ନ୍ୟାୟିକ ହେପାଜତକୁ ପଠାଯାଇଛି ଏହାସହ ଉକ୍ତ କାରକୁ ଜବତ କରିଛି ପୋଲିସ ।
