ଲଖନପୁର : ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ ପିପିଲିମାଲ ଗ୍ରାମରେ ପୁଲିସ ଏକ ଘରୁ ଜଣେ ଯୁବକର ଝୁଲନ୍ତା ଶବକୁ ଉଦ୍ଧାର କରିଛି। ମୃତ ଯୁବକ ଜଣକ ପିପିଲିମାଲ ଗ୍ରାମର ସ୍ବର୍ଗତ ବୁଦ୍ଧଦେବ ପିଙ୍ଗଙ୍କ ସାନ ପୁଅ ଭରତ ପିଙ୍ଗ (୨୭) ବୋଲି ଜଣାପଡିଛି।
ସୂଚନାରୁ ପ୍ରକାଶ ଯେ, ଭରତ ଗତ ଏକ ବର୍ଷ ହେବ ବନ୍ଧବାହାଲସ୍ଥିତ ସାଡେରା ଗ୍ରାମର ଗୀତାଙ୍କ ସହିତ ବିବାହ କରିଥିଲେ। ଭରତ ବେଲପାହାଡ଼ ସ୍ଥିତ ଏକ ଠିକା କମ୍ପାନୀ ଅଧୀନରେ ଠିକା ଶ୍ରମିକ ଭାବେ କାର୍ୟ୍ୟ କରୁଥିଲେ। ସେଥିରୁ କିଛି ରୋଜଗାର କରି ନିଜ ପରିବାର ପ୍ରତିପୋଷଣ କରୁଥିଲେ। ତାଙ୍କ ପରିବାର ଅନେକ ହସ ଖୁସିରେ ଚାଲିଥିଲା। ଏହି କ୍ରମରେ ଭରତଙ୍କ ପତ୍ନୀ ଗୀତା ଗତ ୫ ଦିନ ହେବ ସାଡେରାସ୍ଥିତ ନିଜ ମାଆ ଘରକୁ କୁଣିଆ ଯାଇଥିଲେ। ଭରତ ବୁଧବାର ରାତିରେ ଖିଆପିଆ ସାରି ନିଜ ଶୟନ କୋଠରୀ ଭିତରୁ ଶିଙ୍କୁଳି ଦେଇ ଏକା ଶୋଇଥିଲେ। ଗୁରୁବାର ସକାଳେ ଭରତ ସକାଳେ ଉଠିବାରେ ବିଳମ୍ବ ହେବାରୁ ତାଙ୍କ ମାଆ ଭୁଇଁମତି ପୁଅକୁ ଡ଼ାକ ଦେଇ ଉଠିବାକୁ କହିଥିଲେ। ହେଲେ ଘର ଭିତରୁ ପୁଅର କୌଣସି ଶବ୍ଦ ଶୁଭିନଥିଲା। ତାଙ୍କ ମାଆ ଭୁଇଁମତି ଝରକା ବାଟୁ ଦେଖିଲା ବେଳକୁ ପୁଅ ଭରତର ଝୁଲନ୍ତା ଶବ ଦେଖି ପରିବାର ଓ ସହିପଡ଼ିଶା ଲୋକଙ୍କୁ ଡାକ ଦେଇଥିଲେ। ଖବର ପାଇ ପୁଲିସ ଘଟଣା ସ୍ଥଳକୁ ପହଞ୍ଚି ଭରତଙ୍କ ଝୁଲନ୍ତା ମୃତଦେହକୁ ଘରୁ ଉଦ୍ଧାର କରିଥିଲା। ତେବେ ଭରତ କୌଣସି କଥାକୁ ନେଇ ମାନସିକ ସ୍ଥିତି ହରାଇ ଏକ ରଶି ଯୋଗେ ନିଜ ବେକରେ ଫାସ ଲଗାଇ ଆତ୍ମହତ୍ୟା କରିଥିବା ପୁଲିସ ଅନୁମାନ କରୁଛି। ଯଦିଓ ଏହା ଏକ ଆତ୍ମ ହତ୍ୟା ମାମଲା ତେବେ ଭରତଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣା ପଡିନାହିଁ। ମୃତ ଭରତଙ୍କ ବଡ଼ ଭାଇ ଗୌତମଙ୍କ ଅଭିଯୋଗ କ୍ରମେ ବେଲପାହାଡ଼ ଥାନାରେ ପୁଲିସ କେସ ନମ୍ବର ୧୯/୨୧ ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ସହ ମୃତ ଭରତଙ୍କ ଶବ ବ୍ୟବଚ୍ଛେଦ ପରେ ତାଙ୍କ ପରିବାରକୁ ହସ୍ତାନ୍ତର କରିଛି। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏନେଇ ଅଧିକ ତଥ୍ୟ ମିଳିପାରିବ ବୋଲି ପୁଲିସ ପ୍ରକାଶ କରି
