ଗ୍ରାମରେ ପୋଖରୀରେ ବୁଡି ଜଣକର ମୃତ୍ୟୁ

ତେଲକୋଇ: ତେଲକୋଇ ଥାନା ଅନ୍ତର୍ଗତ ସଲେଇକେନା ପଞ୍ଚାୟତ ଅଧିନସ୍ଥ ଜନସନପୁର ଗ୍ରାମରେ ପୋଖରୀରେ ବୁଡି ଜଣକର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ ଗ୍ରାମର ଗୋପୀ ଜୁଆଙ୍ଗ (୫୦) ଗାଧୋଇବା ପାଇଁ ଯାଇଥିବା ବେଳେ ଗୋଡ ଖସି ପୋଖରୀରେ ବୁଡିଯାଇଥିଲେ। ବହୁ ସମୟ ଧରି ଘରକୁ ନ ଫେରିବାରୁ ଘରଲୋକ ତାଙ୍କୁ ଖୋଜି ଖୋଜି ପୋଖରୀ ପାଖକୁ ଯାଇଥିଲେ। ସେଠାରେ ଗାମୁଛା ଏବଂ ଚପଲ ଦେଖିବା ପରେ ଖୋଜାଖୋଜି କରି ନପାଇବାରୁ ଦମକଳ ବାହିନୀକୁ ସୂଚନା ଦେଇଥିଲେ। ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗୋପୀଙ୍କୁ ଉଦ୍ଧାର କରି ତେଲକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

Leave a Reply

Your email address will not be published. Required fields are marked *