ହତ୍ୟା ଅଭିଯୋଗ କଲେ ମହିଳାଙ୍କ ବାପା

କଲମପୁର: କଲମପୁର ବ୍ଲକ ଅଧିନସ୍ଥ ବଲାଗାଁର ଜନୈକା ମହିଳା କୁଅରେ ପଡି ଅସ୍ୱାଭାବିକ ଭାବେ ମୃତ୍ୟୁ ବରଣ କରିବା ଭଳି ଏକ ଅଘଟଣ ଘଟିଛି। ଯାହାକୁ ନେଇ ମୃତ ମହିଳାଙ୍କ ବାପା ଜୟପାଟଣା ପୁଲିସ ଥାନାରେ ହତ୍ୟା ଭଳି ସଙ୍ଗିନ ଅଭିଯୋଗ କରିଛନ୍ତି।

ସୁଚନା ଅନୁସାରେ ଗତ ୧୧.୯.୨୦୨୧ ଦିନ ବଲାଗାଁର ସୁବ୍ରତ କୁମାର ବେହେରାଙ୍କ ପତ୍ନୀ ମନସ୍ମିତା ପରିବାର ସହିତ ମିଶି ନୁଆ ଖାଇଥିଲେ। ହସ ଖୁସିରେ ଥିଲେ। ଯାହାର କିଛି ଫଟୋ ସମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ହଠାତ୍‍ ସେ ନିଖୋଜ ହେଇଯାଇଥିଲେ। ପରିବାର ଲୋକ ଖୋଜା ଖୋଜି କରିଥିଲେ। କୌଣସି ସୁରାକ୍‍ ମିଳିନଥିଲା। ଶେଷରେ ନିରାଶ ହେବା ପରେ ସନ୍ଦେହରେ ଘର ପରିସରରେ ଥିବା ଏକ ପରିତ୍ୟକ୍ତ କୁଅରେ ଖୋଜିଥିଲେ। ଯେଉଁଥିରୁ ମହିଳାଙ୍କ ଶବ ବାହାରିଥିଲା। ଏନେଇ ମହିଳାଙ୍କ ବାପ ଘରକୁ ବିଳମ୍ବରେ ଖବର ଦିଆଯାଇଥିଲା। ମହିଳାଙ୍କ ବାପ ଘର ଲୋକ ପହଂଚିବା ପରେ ସ୍ୱାମୀଙ୍କ ପରିବାର ଲୋକ ହଠାତ୍‍ ଏଭଳି ଘଟଣାକୁ ପୁଲିସକୁ ଜଣାଇବା ପରିବର୍ତ୍ତେ ତୁରନ୍ତ ଦାହ ସଂସ୍କାର କରି ଦେଇଥିଲେ। ଯାହାକୁ ମହିଳାଙ୍କ ବାପାଙ୍କ ପରିବାର ଲୋକ ସହଜରେ ଗ୍ରହଣ କରି ପାରିନାହାଁନ୍ତି। ଏପରିକି ତାଙ୍କ ଝିଅ ନିଖୋଜ ହେବା ନେଇ ବାପା ମଳୟ କୁମାରଙ୍କୁ କୌଣସି ସୁଚନା ଦିଆଯାଇନଥିଲା।

Leave a Reply

Your email address will not be published. Required fields are marked *