ବଣେଇ – କଟକ ମୁଣ୍ଡୁଳି ଠାରେ ମହାନଦୀରେ ଫସିଥିବା ଏକହାତୀ ର ଉଦ୍ଧାର ସଂପର୍କିତ ଖବର ସଂଗ୍ରହ ପାଇଁ ଯାଇ ଥିବା ବେଳେ ଓଡ୍ରାଫ୍ଟ ବୋଟ ଓଲଟି ପ୍ରାଣ ହରାଇଥିବା ଦିବଂଗତ ସାମ୍ୱାଦିକ ଅରିନ୍ଦମ ଦାସ ଓ କିଛିଦିନ ପୂର୍ବେ ହୃଦଘାତରେ ପ୍ରାଣ ହରେଇ ଥିବା ବଣେଇ ବରିଷ୍ଠ ସାମ୍ବାଦିକ ଲିଙ୍ଗରାଜ ସାହୁଙ୍କ ସ୍ନୁତିରେ ଏକ ଶ୍ରଦ୍ଧାଞ୍ଜଳି ସଭା ବଣେଇ ବସଷ୍ଟାଣ୍ଡ ପରିସର ଠାରେ ଅନୁଷ୍ଠିତ ହୋଇ ଯାଇଛି । ବଣେଇ ୟୁନିୟନ ଅଫ ଜରନାଲିଷ୍ଟ ତରଫ ରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବଣେଇ ୟୁନିୟନ ଅଫ ଜରନାଲିଷ୍ଟ ୟୁନିୟନର ସଭାପତି ଡମ୍ବରୁ ପ୍ରଧାନ ଓ କିଛି ମାନ୍ୟଗଣ ବ୍ୟକ୍ତି ଉପସ୍ଥିତ ରହି ଦୁଃସାହସିକ ସାମ୍ବାଦିକତା ପାଇଁ ଅରିନ୍ଦମ ସବୁବେଳେ ମନେ ରହିବେ ବୋଲି ପ୍ରକାଶ କରିବା ସହ ତାଙ୍କ ଫଟୋ ଚିତ୍ର ରେ ପୁଷ୍ପ ପ୍ରଦାନ କରି ବଣେଇର ବରିଷ୍ଠ ସାମ୍ବାଦିକଙ୍କ ଲିଙ୍ଗରାଜ ସାହୁଙ୍କ ଦଶାହ କ୍ରମେ ତାଙ୍କର ଅମର ଆତ୍ମା ର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରିଥିଲେ । ଏହି ଶୋକ ସଭାରେ ବଣେଇ ୟୁନିୟନର ସଭାପତିଙ୍କ ବ୍ୟତୀତ ଅନେକ ସାମ୍ବାଦିକ ଗଗନ ବିହାରୀ ମହାରଣା, ରାକେଶ ପ୍ରଧାନ, କାର୍ତିକ ସାହୁ, ପ୍ରଫୁଲ୍ଲ ସାହୁ , ଲୋକନାଥ ସାମଲ, ବରିଷ୍ଠ ଆଇନଯିବି ତୁଷାର କାନ୍ତ ସାହୁ, ସମାଜ ସେବୀ ବିରଜା ପ୍ରସାଦ ମହାନ୍ତି, ସିରାଜ ଖାଁ, ପୂର୍ବତନ ସରପଞ୍ଚ ଶରଦ ସାମନ୍ତ ପ୍ରମୁଖ ଯୋଗ ଦେଇଥିଲେ । ସଭା ଶେଷରେ ସଭାପତି ଡମ୍ବରୁ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ଥିଲେ।
