ରେଳ ଧକ୍କା ରେ ମୃତ୍ୟୁ କୁ ନେଇ ଉତ୍ତେଜନା, କ୍ଷତିପୂରଣ ଦାବିରେ ରେଳରୋକ

ବଣାଇଗଡ:(ଲୋକନାଥ ସାମଲ)

ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ଉପଖଣ୍ଡ ର କେ. ବଲାଙ୍ଗ ଥାନା ଅନ୍ତର୍ଗତ ପଟାସାହି ରେଳଧାରଣା ରେ ଗତକାଲି ବିଳମ୍ବିତ ରାତିରେ ଟ୍ରେନ୍ ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିବା କାରଣରୁ ସମ୍ପୃକ୍ତ ଅଞ୍ଚଳରେ ଉତ୍ତେଜନା ବୃଦ୍ଧି ପାଇଛି l ମୃତକ ପରାଗପୋଷ ଅଞ୍ଚଳର ଜଟ ମୁଣ୍ଡା l ପ୍ରତିବାଦ ଓ କ୍ଷତିପୂରଣ ଦାବୀରେ ଅଞ୍ଚଳବାସୀ ଏବେ ରେଳରୋକୋ କରିଥିବା ଜଣାପଡିଛି l ଏବେ ସୁଦ୍ଧା କେ ବଲାଙ୍ଗ ପୋଲିସ କିମ୍ବା ଜି ଆର ପି ଅଧିକାରୀ କେହି ଘଟଣାସ୍ଥଳରେ ପହଞ୍ଚି ନାହାନ୍ତି l ଏହି ରେଳରୋକୋ ଯୋଗୁଁ ରାଉରକେଲା – କିରିବୁରୁ ରେଳ ପଥ ରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି l

Leave a Reply

Your email address will not be published. Required fields are marked *