ବର୍ଷେହେଲା ଭଗ୍ନ ଅବସ୍ଥାରେ ଅଙ୍ଗନୱାଡ଼ି କେନ୍ଦ୍ର

ହରଭଙ୍ଗା: ସରକାର ପ୍ରାକ୍ ବିଦ୍ୟାଳୟ ଶିକ୍ଷାକୁ ଗୁରୁତ୍ୱ ଦେବା ସହ ଅଙ୍ଗନୱାଡ଼ି କେନ୍ଦ୍ର ଭିତ୍ତିଭୂମି ଉପରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ମାତ୍ର ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଛତ୍ରଙ୍ଗ ପଂଚାୟତ ଅର୍ନ୍ତଗତ ଧୁଙ୍ଗିଆମୁଣ୍ଡା ଅଙ୍ଗନୱାଡ଼ି କେନ୍ଦ୍ରଟି ଗତବର୍ଷ ଏପ୍ରିଲ ମାସରେ କାଳବୈଶାଖୀରେ ଆଜବେଷ୍ଟସ ଘରର ଛପର ସଂପୂର୍ଣ୍ଣ ଛାଙ୍ଗି ପଡିଛି। ଏ ଦିଗରେ ବ୍ଲକ ପ୍ରଶାସନ କିମ୍ବା ବିଭାଗୀୟ କର୍ତ୍ତୃପକ୍ଷଙ୍କ ନୀରବତା ଯୋଗୁଁ ଦୀର୍ଘ ଏକ ବର୍ଷହେଲା କେନ୍ଦ୍ରର ମରାମତି କାର୍ଯ୍ୟ ଏବଂ ନୂତନ ଗୃହ ନିର୍ମାଣ ହୋଇପାରୁନାହିଁ।ଫଳରେ ବର୍ତମାନ ଧୁଙ୍ଗିଆମୁଣ୍ଡା ଗ୍ରାମରୁ ପାଖାପାଖି ଏକ କିଲୋମିଟର ଦୂରରେ ଥିବା ବଡଗୁଣ୍ଡୁରି ସାହି ସ୍କୁଲରେ କେନ୍ଦ୍ରଟି ଆସ୍ଥାୟୀ ଭାବେ ଚାଲିଥିବା ଜଣାପଡିଛି। ଫଳରେ ଏହି ଅଙ୍ଗନୱାଡ଼ି କେନ୍ଦ୍ରରେ ପାଠପଢୁଥିବା ଶିଶୁଙ୍କ ପାଇଁ ଆସୁଥିବା ଶୁଖିଲା ଖାଦ୍ୟ, ଅଣ୍ଡା ଆଦି ବଣ୍ଟନରେ ଅସୁବିଧା ହେଉଛି। ଏ ଦିଗରେ ଜିଲ୍ଲାପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ସମାଜସେବୀ ବସନ୍ତ ବେହେରା ଦାବୀ କରିଛନ୍ତି।

Leave a Reply

Your email address will not be published. Required fields are marked *