ରାଜ୍ୟରେ ୧୦ ଲକ୍ଷ ଟପିଲା

ଭୁବନେଶ୍ୱର : ରାଜ୍ୟରେ ୧୦ ଲକ୍ଷ ଟପିଲା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟାରେ ଆଉ ୯୧୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ସେମାନଙ୍କ ମଧ୍ୟରୁ ଶୂନ୍ୟରୁ ୧୮ ବର୍ଷ ମଧ୍ୟରେ ୧୧୬ । ସଙ୍ଗରୋଧରୁ ୫୩୧ ଓ ସ୍ଥାନୀୟ ସଂକ୍ରମଣ ୩୮୦। ୯,୮୩,୨୪୫ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୯,୪୯୭ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ୨୭ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୨୩, ବାଲେଶ୍ୱର ୫୧, ବରଗଡ ୭, ଭଦ୍ରକ ୧୨, ବଲାଙ୍ଗୀର ୫, କଟକ ୮୮, ଦେଓଗଡ ୧୦, ଢେଙ୍କାନାଳ ୧୬,ଗଜପତି ୬,ଗଞ୍ଜାମ ୪, ଜଗତସିଂହପୁର ୨୪, ଯାଜପୁର ୪୯, ଝାରସୁଗୁଡା ୨, କଳାହାଣ୍ଡି ୭, କନ୍ଧମାଳ ୪, କେନ୍ଦ୍ରାପଡା ୩୧, କେନ୍ଦୁଝର ୧୦, ଖୋର୍ଦ୍ଧା ୩୫୨, କୋରାପୁଟ ୬, ମାଲକାନଗିରି ୭, ମୟୁରଭଞ୍ଜ ୩୮, ନୟାଗଡ ୧୯, ପୁରୀ ୩୦, ରାୟଗଡା ୭, ସମ୍ବଲପୁର ୧୩, ସୋନପୁର ୩, ସୁନ୍ଦରଗଡ ୮, ଷ୍ଟେଟ ପୁଲରୁ ୭୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Leave a Reply

Your email address will not be published. Required fields are marked *