କାବୁଲ: ଆଜି ତାଲିବାନ ଆଗରେ ଆଫଗାନିସ୍ତାନ ସରକାର ଆତ୍ମସର୍ମପଣ କରିଛନ୍ତି। ତାଲିବାନ କାବୁଲରେ ପ୍ରବେଶ କରିବା ପରେ ଆଫଗାନ ସରକାର ଆତ୍ମସମର୍ପଣ କରିଛନ୍ତି। ଆଫଗାନିସ୍ତାନ ରାଷ୍ଟ୍ରପତି ପଦରୁ ଆସରଫ ଘନିଙ୍କ ଇସ୍ତଫା ଦେଇଥିବାବେଳେ ଶାନ୍ତିପୂର୍ଣ୍ଣ ଭାବେ ତାଲିବାନକୁ କ୍ଷମତା ହସ୍ତାନ୍ତର ପାଇଁ ପ୍ରକ୍ରିୟା ଜାରି ରହିଛି। ତାଲିବାନକୁ କ୍ଷମତା ହସ୍ତାନ୍ତର କରିବା ପୂର୍ବରୁ ଘନି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ତାଲିବାନ କମାଣ୍ଡର ଅବଦୁଲ ଗନି ଆଫଗାନିସ୍ତାନର ନୂଆ ରାଷ୍ଟ୍ରପତି ହେବେ ବୋଲି ଜଣାପଡ଼ିଛି। ଆମେରିକା ଆଫଗାନିସ୍ତାନରେ ସେନା ପ୍ରତ୍ୟାହାର ଆରମ୍ଭ କରିବା ପରେ ଆଫଗାନିସ୍ତାନରେ ତାଲିବାନ ସକ୍ରିୟ ହୋଇଉଠିଛି। ଏହାପରେ ପରେ ଆଫଗାନିସ୍ତାନ ସରକାର କ୍ରମଶଃ ଦୁର୍ବଳ ହୋଇଛି। ତାଲିବାନ ଆଫଗାନିସ୍ତାନର ୧୯ଟି ରାଜ୍ୟକୁ ନିଜ ଦଖଲକୁ ନେଇ ସାରିଥିଲେ। ଆଜି ଦେଶର ରାଜଧାନୀ କାବୁଲକୁ ନିଜ ଅଧୀନକୁ ନେଇଥିଲେ।
