ସିଡିପିଓ ଅଫିସ ଆଗରେ ଲକ୍ଷ୍ମୀପୁରାଣ ପଢିଲେ ଅଙ୍ଗନୱାଡି କର୍ମୀ ଏବଂ ସହାୟିକା

ନୂଆପଡା : ସିଡିପିଓ ଅଫିସ ଆଗରେ ହୁଳୁହୁଳି ଏବଂ ଓଢଣା ଦେଇ ଲକ୍ଷ୍ମୀପୁରାଣ ପଢୁଛନ୍ତି ଅଙ୍ଗନୱାଡି କର୍ମୀ ଏବଂ ସହାୟିକା । ନୂଆପଡା ଜିଲ୍ଲା ସିଡିପିଓ ଅଫିସ ଆଗରେ ମଣବସା କରି ଲକ୍ଷ୍ମୀପୁରାଣ ପଢିଲେ ଅଙ୍ଗନୱାଡି କର୍ମୀ ।

ଘରେ ଘରେ ମା’ ମାନେ ମାଣବସା କରିବା କଥା ହେଲେ ଧାରଣାରେ ଥିବା ସମୟରେ ଲକ୍ଷ୍ମୀପୁରାଣ ପଢୁଛନ୍ତି ଅଙ୍ଗନୱାଡି କର୍ମୀ । ଆଜିକୁ ୧୧ ଦିନ ହେଲା ୮ ଦଫା ଦାବୀ ନେଇ ଅଙ୍ଗନୱାଡି କର୍ମୀ ଏବଂ ସହାୟିକାମାନେ ସିନାପାଲି ସିଡିପିଓ ଅଫିସ ଆଗରେ ଧାରଣାରେ ବସିଛନ୍ତି । ରାଜ୍ୟ ସରକାର ଏମାନଙ୍କ ଦାବୀ ପୂରଣ ନକରିବା ପର୍ଯ୍ୟନ୍ତ ଧାରଣା ଚାଲିଥିବ ନେଇ ଚେତାବନୀ ଦେଇଛନ୍ତି ଆନ୍ଦୋଳନ କାରି ।

 

Leave a Reply

Your email address will not be published. Required fields are marked *