ଶୃଙ୍ଖଳିତ ଧାନ ସଂଗ୍ରହ ବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରୁଛି ପ୍ରଶାସନ : ଚାଷୀ ସଂଗଠନ

ବରଗଡ : ଚାଷୀଙ୍କ ଚାପରେ ନଭେମ୍ବର ୨୧ ରୁ ବରଗଡ ଜିଲ୍ଲାର ସବୁ ମଣ୍ଡି ଖୋଲିବା ପାଇଁ ନିଷ୍ପତ୍ତି ନେଲା ଜିଲ୍ଲା ପ୍ରଶାସନ । ବରଗଡ କିଣା ବିକା ପ୍ରକ୍ରିୟା ଆରମ୍ଭରୁ କେଁ, ପୁଣି ବରଗଡ଼ ଜିଲ୍ଲାର ଚାଷୀଙ୍କୁ ପ୍ରତାରିତ କରିଛନ୍ତି ରାଜ୍ୟ ସରକାର । ଜିଲ୍ଲାରେ ଧାନକିଣାରେ ନିୟୋଜିତ ହେଉଥିବା ସମବାୟ ସମିତି, ସ୍ୱୟଂ ସହାୟକ ଗୋଷ୍ଠୀ ଆଦି ପ୍ରସ୍ତୁତି ରହିବାକୁ ନିର୍ଦ୍ଦେଶ ରହିଛି । ସେହିପରି କିପରି ମଣ୍ଡିରୁ ଶୀଘ୍ର ଧାନ ଉଠିବ ମିଲର୍ସମାନେ ଏନେଇ ଧ୍ୟାନ ଦେବାକୁ ଏହି ଚିଠିର ଉଲ୍ଲେଖ କରାଯାଇଛି ।

ଶୃଙ୍ଖଳିତ ଧାନ ସଂଗ୍ରହ ବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରିବାର ପରୋକ୍ଷ ଉଦ୍ଦେଶ୍ୟ ନେଇ ପ୍ରଶାସନ କାର୍ଯ୍ୟ କରୁଥିବା ନେଇ ଚାଷୀ ସଂଗଠନ ଅଭିଯୋଗ କରିଛନ୍ତି । ଓଡ଼ିଶାର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲ୍ଲାରେ ନାନା ପ୍ରକାର ସମସ୍ୟା ଯୋଗୁଁ ଧାନ ସଂଗ୍ରହ ବିପର୍ଯ୍ୟସ୍ତ ହେବା ନେଇ ଆଶଙ୍କା ଦେଖାଦେଇଛି । ପୁର୍ବ ବର୍ଷ ଭଳି ଚଳିତ ଖରିଫ ସିଜନରେ ମହିଳା ସ୍ୱୟଂ ସହାୟକ ଗୋଷ୍ଟି ଧାନ ସଂଗ୍ରହ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି ।

ଶୃଙ୍ଖଳିତ ଧାନ ସଂଗ୍ରହ ବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରିବାର ପରୋକ୍ଷ ଉଦ୍ଦେଶ୍ୟ ନେଇ ପ୍ରଶାସନ କାର୍ଯ୍ୟ କରୁଥିବା ନେଇ ଚାଷୀ ସଂଗଠନ ଅଭିଯୋଗ କରିଛନ୍ତି । ପଶ୍ଚିମ ଓଡ଼ିଶା କୃଷକ ସଙ୍ଗଠନ ବହୁ ଦିନରୁ କରି ଆସୁଥିବା ଏଭଳି ଅଭିଯୋଗର ସତ୍ୟତା ଥିବା ପ୍ରମାଣିତ ହୋଇଛି । ଓଡ଼ିଶାର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାରେ ନାନା ପ୍ରକାର ସମସ୍ୟା ଯୋଗୁ ଧାନ ସଂଗ୍ରହ ବିପର୍ଯ୍ୟସ୍ତ ହେବା ନେଇ ଆଶଙ୍କା ଦେଖା ଦେଇଛି । ଚଳିତ ଖରିଫରେ ବରଗଡ଼ ଜିଲ୍ଲାର ୧,୪୦,୬୨୯ ଜଣ ଚାଷୀ ଧାନ ବିକ୍ରୟ ପାଇଁ ପଞ୍ଜିକରଣ କରିଛନ୍ତି । ଚଳିତ ଖରିଫ କ୍ରୟ ସମୟରେ ୫୮ଟି ପ୍ୟାକ୍ସ, ୨୬ଟି ସ୍ବୟଂ ସହାୟକ ଗୋଷ୍ଠୀ ସହ ନୂତନ ଭାବେ ୧୨ଟି ସ୍ବୟଂ ସହାୟକ ଗୋଷ୍ଠୀ ଓ ବିଗତ ବର୍ଷରେ ଭାଗ ନେଇଥିବା ୧୧୨ ମିଲର୍ସ ଭାଗ ନେବାକୁ ସ୍ଥିର ହୋଇଛି ।

ଏଥିସହ ସର୍ବନିମ୍ନ ସାଧାରଣ ଧାନ କ୍ରୟ ମୂଲ୍ୟ ୨୦୪୦ ଟଙ୍କା ଏବଂ ଗ୍ରେଡ଼ ଏ ପାଇଁ ୨୦୬୦ ଟଙ୍କା କ୍ବିଣ୍ଟାଲ ପ୍ରତି ଧାର୍ଯ୍ୟ କରାଯାଇଛି । ଚଳିତ ବର୍ଷ ବିଭିନ୍ନ ଅଞ୍ଚଳରେ ଚାଷୀଙ୍କ ଦାବିକୁ ଭିତ୍ତି କରି ପ୍ରାୟ ୨୦୫ଟି ଏବଂ ୧୧ଟି ନୂତନ ଧାନ କ୍ରୟ କେନ୍ଦ୍ରର ପ୍ରସ୍ତାବ ରଖାଯାଇଛି । ୨୧ ଦିନ ବିଳମ୍ବରେ ରାଜ୍ୟର ବରଗଡ଼ ଜିଲ୍ଲାରେ ଧାନ କିଣା ଆରମ୍ଭ ହୋଇଛି ।

ଅନ୍ୟପଟେ ଫୋଡ ଓଡ଼ିଶା ପୋର୍ଟାଲ ତଥ୍ୟ ଅନୁସାରେ କେବଳ ୪୭ଟି ପିଏସିଏସ ରୁ ମାତ୍ର ୩୪୩୦ ଜଣ ଚାଷୀଙ୍କ ଠାରୁ ମାତ୍ର ୧୭୩୭୫୧ କ୍ୱିଣ୍ଟାଲ ଧାନ କିଣାଯାଇଛି । ଧାନ ସଂଗ୍ରହ କେନ୍ଦ୍ରରେ ଭିତ୍ତିଭୂମି, ବସ୍ତା, ତାରପୋଲିନ ସହ ପାନୀୟ ଜଳ, ଟଏଲେଟ ସୁବିଧା, ଚାଷୀଙ୍କ ପାଇଁ ବିଶ୍ରାମ ଆଶ୍ରୟସ୍ଥଳୀ ଭଳି ୧୬ଟି ସୁବିଧା କରିବା ପାଇଁ ଯୋଗାଣ ବିଭାଗ ପ୍ରମୁଖ ସଚିବ ସମସ୍ତ ଜିଲ୍ଳାପାଳଙ୍କୁ ଚିଠି ଲେଖିଥିଲେ ମଧ୍ୟ ଧାନ ସଂଗ୍ରହ କେନ୍ଦ୍ରଗୁଡ଼ିକରେ ଭିତ୍ତିଭୂମିର ଅଭାବ ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *