ମୟୂରଭଞ୍ଜ : ଲକ୍ଷାଧିକ ଟଙ୍କାର ଚୋରା କାଠ ଚାଲାଣ ବେଳେ କାଠ ସହିତ ଗାଡି ଜବତ । କରଞ୍ଜିଆ ବନଖଣ୍ଡର କୁଜିଆମ ଗ୍ରାମ ନିକଟରୁ ଜବତ କଲା ବନବିଭାଗ । କୌଣସି ସୂତ୍ରରୁ ଖବରପାଇ କରଞ୍ଜିଆ ରେଞ୍ଜର ପ୍ରବୀର ମୂର୍ମୁ ଏବଂ ସିଙ୍ଗଡା ବିଟ ଫୋରେଷ୍ଟର ଜୟ ସିଂ ମହାନ୍ତ ଏବଂ ଫୋରେଷ୍ଟ ଗାର୍ଡଙ୍କ ମିଳିତ ଚଢାଉରେ ଲକ୍ଷାଧିକ ଟଙ୍କାର ସାଇଜ ଚୌକାଠ ଜବତ ହୋଇଛି ।
ଏହା ସହ ଚାଲାଣ ହେଉଥିବା ପିକଅପ୍ ଭ୍ୟାନ ଧରିବାରେ ସଫଳ ହୋଇଛି ବନବିଭାଗ । ତେବେ ସୂଚନା ମୁତାବକ ଓଡିଶା ଓ ଝାଡ଼ଖଣ୍ଡ ସୀମାବର୍ତ୍ତୀ ଅଞ୍ଚଳ କଳପୋଷରୁ ଆସୁଥିବାବେଳେ, ବନବିଭାଗ ଗାଡିକୁ ପିଛା କରି କୁଜିଆମ ଗାଁ ନିକଟରେ ଧରିଥିଲେ । ଘଟଣା ସ୍ଥଳରୁ ଡ୍ରାଇଭର ଫେରାର ଅଛି ବୋଲି ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
