ଆଜି ବର୍ଷର ଶେଷ ଚନ୍ଦ୍ରଗ୍ରହଣ : ରାଜ୍ୟରେ ସଂଧ୍ୟା ୫ଟା ରୁ ଦୃଶ୍ୟମାନ, ସନ୍ଧ୍ୟା ୬ଟା ୧୯ରେ ସର୍ବମୋକ୍ଷ

ଭୁବନେଶ୍ୱର : ଆଜି ବର୍ଷର ଶେଷ ଚନ୍ଦ୍ରଗ୍ରହଣ । ଏଥର କାର୍ତ୍ତିକ ପୂର୍ଣ୍ଣିମାରେ ପଡ଼ିଛି ଗ୍ରହଣ । ଏହା ଭାରତକୁ ଦୃଶ୍ୟମାନ ହେବ । ଉତ୍ତରପୂର୍ବ ରାଜ୍ୟ ସମେତ ପଶ୍ଚିମବଙ୍ଗ, ବିହାର, ଝାଡଖଣ୍ଡ ଏବଂ ଓଡିଶାରେ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଦେଖାଯିବ । ଦିନ ୨ଟା ୩୯ମିନିଟ୍ ରେ ଗ୍ରହଣ ସ୍ପର୍ଶ ହେବ । ଚନ୍ଦ୍ରଗ୍ରହଣର ଅବଧି ରହିବ ୫ ଘଣ୍ଟା ୫୪ ମିନିଟ୍ । ୧ ଘଣ୍ଟା ୨୫ ମିନିଟ୍ ପାଇଁ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ ।

ଭୁବନେଶ୍ବର ଆକାଶରେ ସଂଧ୍ୟା ୫ଟା ୫ ମିନିଟ୍ ରେ ଚନ୍ଦ୍ର ଉଦୟ ସହ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ । ସଂଧ୍ୟା ୫ଟା ୧୧ ପର୍ଯ୍ୟନ୍ତ ପୂର୍ଣ୍ଣ ଗ୍ରହଣ ଦେଖାଯିବ । ଭୁବନେଶ୍ବର ଆକାଶରେ ୫ ମିନିଟ ୪୯ ସେକେଣ୍ଡ ପାଇଁ ପୂର୍ଣ୍ଣ ଗ୍ରହଣ ଦେଖାଯିବ । ତେବେ ଆଂଶିକ ଚନ୍ଦ୍ରଗ୍ରହଣ ସନ୍ଧ୍ୟା ୬ଟା ୧୯ ଯାଏଁ ଦେଖାଯିବ । ଆଂଶିକ ଚନ୍ଦ୍ରଗ୍ରହଣ ୧ ଘଣ୍ଟା ୧୦ ମିନିଟ୍ ପାଇଁ ଦେଖାଯିବ ।

ଚନ୍ଦ୍ରଗ୍ରହଣ ଓଡ଼ିଶାରେ ପୁଣି ଆସନ୍ତା ୨୦୨୫ ସେପ୍ଟେମ୍ବରରେ ହେବ । ତେବେ ଚନ୍ଦ୍ରଗ୍ରଣ ପାଇଁ ଭୋର ୫ଟା ୩୦ ମଧ୍ୟରେ ଦେବ ନୀତି ଶେଷ ହୋଇଛି । ଜ୍ୟୋତିର୍ବିଦଙ୍କ ଅନୁଯାୟୀ ଓଡ଼ିଶାରେ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଦେଖାଯାଉଥିବାରୁ ଏହାର ପ୍ରଭାବ ୬ଟି ରାଶି ଉପରେ ବିଶେଷ ଭାବେ ପଡିବ । ମେଷ, ମିଥୁନ, କର୍କଟ, ତୁଳା, ବିଛା ଓ କୁମ୍ଭ ରାଶି ପାଇଁ ଶୁଭ ହୋଇଥିବା ବେଳେ ବୃଷ, ସିଂହ, କନ୍ୟା, ଧନୁ, ମକର ଓ ମୀନ ପାଇଁ ଅଶୁଭ ଫଳ ରହିଛି ।

Leave a Reply

Your email address will not be published. Required fields are marked *