ଔପଦା : ଦୁର୍ନୀତିର କଳା ଟଙ୍କା ପାଇଁ କିଏ ବିକଳ, କିଏ ପାଗଳ ଆଉ କିଏ କରିଛି ଖେଳ..
ପାଇଖାନା ଦଲାଲ, ମୋଟିଭେଟର, ଜି.ଆର.ଏସ,
ଏ.ଇ ନା ବିଡ଼ିଓ ଙ୍କ ସମେତ ଅନ୍ୟ ବଡ଼ ଅଧିକାରୀ କେହି ସାମିଲ ଅଛନ୍ତି ଏଥିର
ଆର. ଟି, ଆଇ ରେ ତଥ୍ୟ ହସ୍ତଗତ ହୋଇ ସlରିଛି, ଦୁର୍ନୀତି ର ସ୍ପଷ୍ଟ ପ୍ରମାଣ ମିଳୁଛି, ତଦନ୍ତ ପାଇଁ ଜିଲ୍ଲାପାଳ ଙ୍କ ନିର୍ଦେଶ ମଧ୍ୟ ରହିଛି ତଥାପି ଅବହେଳା କାହିଁକି,
ସ୍ୱଚ୍ଛଭାତର ଯୋଜନାରେ ପାଇଖାନା ଟଙ୍କା ହୋଇଛି ହରିଲୁଟ । ଔପଦା ବ୍ଲକ ଅଧୀନ ପଞ୍ଚାୟତ ଶ୍ୟାମସୁନ୍ଦରପୁର, ବାଲେଶ୍ୱର ଜିଲ୍ଲା ନୀଳଗିରି ନିର୍ବାଚନ ମଣ୍ଡଳୀ, ଏଠାରେ କିଏ ଆଉ କାହା ପାଇଁ ଲୁଚକାଳି ଖେଳୁଛି, ଅଭିଯୋଗ ଅନୁସାରେ ଦଲାଲ ପଞ୍ଚାୟତ ପ୍ରଶାସନିକ ରାଜନୈତିକ ଦଳର ବଡ଼ପଣ୍ଡା ଅଟନ୍ତି । ପୁଣି କିଛି ବ୍ଲକ ସୁପାରିଶ କ୍ରମେ ମୋଟୀଭେଟର ବି ଅଛନ୍ତି । ଏତେ କଥା କହିବା ପରେ ନିଶ୍ଚିତ ଭାବୁଥିବେ ଘଟଣା କ’ଣ ?
ତା’ ହେଲେ ଶୁଣି ନିୟନ୍ତୁ ଅଭିଯୋଗ, ଏବେ ଦେଖନ୍ତୁ ଆରଟିଆଇ ଯୋଗେ ମିଳିଥିବା ପ୍ରମାଣ, ନିଜ ଖର୍ଚ୍ଚରେ ପାଇଖାନା କରି ୨ ୨ ଥର ରଙ୍ଗ ଦେଇ ସ୍ୱଚ୍ଛଭାରତର ଲେଖା ଲେଖି ୱାର୍କ ଅଡର ସହିତ ସମସ୍ତ କାଗଜ ଦେବା ପରେ ୨ ଥର ଉଠିଛି ଟଙ୍କା, ହେଲେ ହିତାଧିକାରୀଙ୍କ ଏକାଉଣ୍ଟକୁ ନଯାଇ ଗଲା କୁଆଡେ ? ବଡ଼ ସନ୍ଦେହ କ’ଣ ଭୁତ ଖାଇଗଲେ ? ସ୍ୱାଧୀନତାର ପୂର୍ବରୁ ହୋଇଥିଲେ ବୋଧେ କାହାର ବିଶ୍ୱାସ ହେଇଯାଆନ୍ତା, ହେଲେ ବିଜ୍ଞାନ ଯୋଗରେ ଭୁତ ଖାଇବା କଥା କିଏ ବିଶ୍ୱାସ କରେ ? ଏ ସମସ୍ତ ହରିଲୁଟ ହୋଇଛି କରୋନାର ଆଢୁଆଳରେ, ଆଉ ଆପସ ପ୍ରୀତି ତଥା ମଧୁଚନ୍ଦ୍ରିକାରେ, ମୃତ ବ୍ୟକ୍ତିଙ୍କୁ ବି ଛାଡିଲେ ନାହିଁ । ସେଥିରେ, ହରିଶ୍ଚନ୍ଦ୍ର ଯୋଜନା ପାଇବା ପରେ ପାଇଖାନା କ’ଣ ଭୁତ ପାଇଁ ଆବଶ୍ୟକ ପଡିପାରେ । ସତରେ ଭୁତମାନଙ୍କ ଏକାଉଣ୍ଟ ଖୋଲା ଯାଉନାହିଁ କୌଣସି ବି ବ୍ୟାଙ୍କମାନଙ୍କ ଶାଖାରେ, ମୃତକଙ୍କ ବହୁ କ’ଣ କହୁଛନ୍ତି ଶୁଣି ନିୟନ୍ତୁ ଥରେ
ଶୁଣିବା ପରେ କ’ଣ ଭାବୁଛନ୍ତି କେବଳ ଏତିକିରେ ସରିଗଲା ନା.. ଜମା ନୁହଁ ଅନ୍ୟ ପଞ୍ଚାୟତର ଗ୍ରାମରେ ଥିବା ହିତାଧିକାରୀଙ୍କ ପାଇଖାନା ଟଙ୍କାକୁ ହଡପ କରି ଦର୍ଶାଯାଇଛି ଶ୍ୟାମସୁନ୍ଦରପୁର ନାମରେ, ସ୍ୱଚ୍ଛଭାରତ ନାମରେ ଯେଉଁ ଅର୍ଥ ହରିଲୁଟ ହୋଇଛି ବ୍ଲକ ଲାଗିଛି ଅସ୍ଵଛ ହେବାରେ, ବୁଦ୍ଧିଯିବି ପ୍ରଶ୍ନ କରୁଛି ସମାଧାନ ହେବକି ସ୍ୱଚ୍ଛ ନିର୍ମଳ ଭାବମୂର୍ତ୍ତିରେ କଳଙ୍କ ଲାଗିବା ପରେ ? ନମ୍ବର ୱାନକୁ ହରାଇବା ପାଇଁ ତାଙ୍କ ନିଜ ଲୋକ ଏତେ ତତ୍ପରତା କାହିଁକି କରେ ଆହୁରି ଅନେକ ତଥ୍ୟ ପଦାକୁ ଆସିବା ପୂର୍ବରୁ RTI ମଗେଇଥିବା ଭାଇଙ୍କୁ ଆସନ୍ତୁ ଶୁଣିନେବା ଥରେ… ପୁଣି ଦେଖାହେବ ଏହି ଖବର ର ଅନ୍ୟ ଏକ ଏପିସୋଡ ରେ. ରହୁଛୁ ଆପଣଙ୍କ ମତାମତ ଅପେକ୍ଷାରେ
