ଦଣ୍ଡମୁକ୍ତ ଅଞ୍ଚଳରେ ଛାତ୍ରମାନଙ୍କୁ ଶିକ୍ଷକଙ୍କ ଦ୍ୱାରା ମରଣାନ୍ତକ ଆକ୍ରମଣ

ବ୍ରହ୍ମପୁର : ବିଦ୍ୟାଳୟକୁ ଦଣ୍ଡମୁକ୍ତ ଅଞ୍ଚଳ ଭାବେ ଘୋଷଣା କରାଯାଇଛି । ସେଠାରେ ପିଲାମାନେ ଖୁସି ମନରେ ପାଠ ପଢିବେ ମନରେ ଭୟ ରହିବ ନାହିଁ । କିନ୍ତୁ ଏହାର ଓଲଟା ଚିତ୍ର ଦେଖିବାକୁ ମିଳିଛି ଜଗନ୍ନାଥପ୍ରସାଦ ବ୍ଲକରେ । ସ୍କୁଲ ହତା ମଧ୍ୟରେ ଜଣେ ଶିକ୍ଷକ ୧୦ ରୁ ଅଧିକ ପିଲାଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ।

ଏହି ସ୍କୁଲ ଛାତ୍ରଛାତ୍ରୀଙ୍କୁ କିଏ ମୁଣ୍ଡ ଦେଖାଉଛି, କିଏ ପେଟର ଆଘାତ କଥା କହୁଛି, କାହାର ବେକରେ ଆଘାତ ଲାଗିଛି ଓ କାହାର ଗୋଡ଼ରେ ବେଣ୍ଡେଜ ହୋଇଛି । କାହୁକୁ ପଥର ମାଡ଼ରେ ମୁଣ୍ଡ ଫଟାଇଛନ୍ତି ତ କାହାକୁ ତଂଟିଚିପି ଗଳାରେ ଚିହ୍ନ କରିଛନ୍ତି କାହାକୁ ଗାଲକୁ ନଖରେ ରାମ୍ପୁଡି ରକ୍ତ ବାହାର କରିଛନ୍ତି, ଅନ୍ୟ ଜଣେ ଛାତ୍ରକୁ ନିଜ ବାଇକ ଚଢାଇବାକୁ ଉଦ୍ୟମ କରୁଥିବା ବେଳେ ଛାତ୍ର ଜଣକ ଦୌଡ଼ି ନିଜକୁ ବଞ୍ଚାଇ ଦେଇଛନ୍ତି ହେଲେ ଗୋଡ଼ରେ ଲାଗିଛି ଶକ୍ତ ଆଘାତ ।

ଏଭଳି କାରନାମା କରି ସ୍କୁଲର ପ୍ରାୟ ୧୦ ପିଲାଙ୍କୁ ଆଘାତ ଦେଇଥିବା ପିଲାମାନେ ଅଭଯୋଗ କରିଛନ୍ତି । ଶିକ୍ଷକ ଜଣକ କୌଣସି କ୍ଲାସରେ ଶିକ୍ଷାଦାନ ଦେଉନଥିବା ବେଳେ କେବଳ ଅଫିସରେ ବସି ଅଧିକ ଶବ୍ଦରେ ମୋବାଇଲ ଲଗାଇ ଶୁଣିଥାନ୍ତି ।

Leave a Reply

Your email address will not be published. Required fields are marked *