ସିମେଣ୍ଟ ଗୋଦାମରୁ ରକ୍ତ ଚନ୍ଦନ ଜବତ, ଦୁଇ ଅଭିଯୁକ୍ତ ଗିରଫ

ଗଜପତି : ଗଜପତି ଜିଲ୍ଲା କାଶୀନଗର ଥାନା ଅଧିନସ୍ଥ ସୀତାପୁର ଗ୍ରାମରୁ ଚନ୍ଦନ କାଠ ଜବତ ହୋଇଛି । ଏଥିରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତମାନେ ହେଲେ ଗୁମ୍ମା ବ୍ଲକ ଅନ୍ତର୍ଗତ ପାର୍ତଡା ପଞ୍ଚାୟତ ଗୋରବା ଗ୍ରାମର ଅମିନ ଦେବ ମଣ୍ଡଳ ଓ ଅନ୍ୟ ଜଣେ ହେଲେ କେ ସୀତାପୁର ଗ୍ରାମର ଜନାର୍ଦ୍ଦନ ଚରତି ।

ଗୁରୁବାର ବିଳମ୍ବିତ ରାତ୍ରିରେ ଆନ୍ଧ୍ର ସୀମାନ୍ତ ଅଞ୍ଚଳ ହାଡୁଭାଙ୍ଗି ନିକଟସ୍ଥ ଅଞ୍ଚଳରେ ପୋଲିସ ପେଟ୍ରୋଲିଙ୍ଗ କରୁଥିବା ବେଳେ ସନ୍ଦେହରେ ଏକ ବାଇକକୁ ଯାଞ୍ଚ କରାଯାଇଥିଲା । ଉକ୍ତ ଗାଡିରୁ କିଛି ପରିମାଣର ବାସ ଚନ୍ଦନ କାଠ ପାଇବା ପରେ ଅଧିକ ଖୋଳତାଡ କରି ସୀତାପୂର ଗ୍ରାମର ଏକ ସିମେଣ୍ଟ ଗୋଦାମରୁ ଚାରୋଟି ବସ୍ତାରେ ଗଛିତ ଥିବା ଚନ୍ଦନ କାଠକୁ ଜବତ କରିଛି । ଜବତ କାଠର ଆନୁମାନିକ ମୂଲ୍ୟ ଏକ ଲକ୍ଷରୁ ଅଧିକ ହେବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି । ଗୁମ୍ମା ଜଙ୍ଗଲରୁ ଚୋରିକରି ବ୍ରହ୍ମପୁର ଓ ଆନ୍ଧ୍ରପ୍ରଦେଶକୁ ଚୋରା ଚାଲାଣ କରୁଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।

ବିଭାଗୀୟ ଅଧିକାରୀଙ୍କ ଦ୍ବାରା ଏହା ବାସ ଚନ୍ଦନ କାଠ ବୋଲି ସ୍ପଷ୍ଟ ହୋଇଥିବାବେଳେ, ମୋଟ ୭୭ କିଗ୍ରାର କାଠ ଜବତ କରାଯାଇଛି । ଅଧିକ ତଦନ୍ତ ପାଇଁ ଜାରି ରଖିଛି ପୋଲିସ । ଥାନା କେସ ନଂ ୧୩୦/୨୨ ରେ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ସାହୁ କହିଛନ୍ତି ।

Leave a Reply

Your email address will not be published. Required fields are marked *