ଆଶାକର୍ମୀଙ୍କୁ ଦୁର୍ବ୍ୟବହାର କରି ଅଡୁଆରେ ଏଏନଏମ

ନବରଙ୍ଗପୁର : ଏଏନଏମଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ଆଶାକର୍ମୀ । ୪ ଜଣ ଆଶାକର୍ମୀଙ୍କୁ ଦୁର୍ବ୍ୟବହାର କରି ଅଡୁଆରେ ଏଏନଏମ । ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ଅନ୍ତର୍ଗତ ମାଝୀଗୁଡ଼ା ସେଣ୍ଟରର ଏଏନଏମ ପୁଷ୍ପାଞ୍ଜଳି ମଲ୍ଲିକ ତାଙ୍କ ଅଧିନସ୍ଥ ୪ ଜଣ ଆଶାକର୍ମୀଙ୍କୁ ସବୁବେଳେ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ହୋଇଛି ।

ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହ ଟଙ୍କା ମାଗୁଥିବା ଅଭିଯୋଗ କରିଛନ୍ତି ୪ ଆଶାକର୍ମୀ । ଏନେଇ ଆଶାକର୍ମୀ ଜିଲ୍ଲାପାଳ ଏବଂ ସିଡିଏମଓଙ୍କ ଦ୍ଵାରସ୍ତ ମଧ୍ୟ ହୋଇଛନ୍ତି । କିନ୍ତୁ ବର୍ତ୍ତମାନ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିବା କହିଛନ୍ତି ଆଶାକର୍ମୀ । ଶୀଘ୍ର ଉକ୍ତ ଏଏନଏମଙ୍କର ବଦଳି ଦାବି କରିଛନ୍ତି ଆଶାକର୍ମୀ । ଅନ୍ୟପଟେ ଏହି ଅଭିଯୋଗ ମିଥ୍ୟା ଅଟେ ବୋଲି କହିଛନ୍ତି ଏଏନଏମ ପୁଷ୍ପାଞ୍ଜଳି ମଲ୍ଲିକ । ଏହି ଘଟଣାରେ ୪ ଜଣିଆ ଟିମ୍ ତଦନ୍ତ କରୁଥିବା ସୂଚନା ଦେଇଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କାଳି ପ୍ରସାଦ ବେହେରା ।

Leave a Reply

Your email address will not be published. Required fields are marked *