ମେଳାରେ ଚାଲିଛି ଖୁଲମଖୁଲା ଜୁଆ ଖେଳ, ସବୁ ଦେଖି ନୀରବଦ୍ରଷ୍ଟା ସାଜିଛି ପ୍ରଶାସନ

ଜଳେଶ୍ୱର : ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଯାମକୁଣ୍ଡା ଫାଣ୍ଡି ଅଧିନସ୍ଥ ରତେଇ ମେଳାରେ ଚାଲିଛି ଜୁଆ ଖେଳ, ସବୁ ଦେଖି ନୀରବଦ୍ରଷ୍ଟା ସାଜିଛି ପ୍ରଶାସନ । ପୂଜା ଉପଲକ୍ଷେ ଦୀର୍ଘ ୧୦ ଦିନ ଧରି ଏଠାରେ ମେଳା ବସିଛି । ତେବେ ପ୍ରତେକ ଦିନ ସନ୍ଧ୍ୟା ହେଲେ ଏଠାରେ ଖୁଲମ ଖୁଲା ଚାଲୁଛି ଜୁଆ ଖେଳ । ତା ପୁଣି ପ୍ରଶାସନ ଦୃଷ୍ଟି ଆଢୁଆଳରେ ।

ଜାମକୁଣ୍ଡା ଫାଣ୍ଡି ଠାରୁ ମାତ୍ର ୫ କିଲୋମିଟର ଦୂରରେ ଏଭଳି ଖୁଲମ ଖୁଲା ଜୁଆ ଖେଳ ଚାଲିଛି । ତେବେ ଫାଣ୍ଡି ଅଧିକାରୀଙ୍କ ନିରବତାକୁ ନେଇ ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ସାଜିଛି । ଜୁଆଡିମାନେ ପୋଲିସକୁ ଖୁଲମ ଖୁଲା ଚ୍ୟାଲେଞ୍ଚ ଦେଇ ଜୁଆ ଖେଳୁଥିବା ଦେଖିବାକୁ ମିଳୁଛି । ବାରମ୍ବାର ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ଶୂନ । ଫଳରେ ପୋଲିସର କାର୍ଯ୍ୟକାରିତା ନେଇ ଉଠିଛି ପ୍ରଶ୍ନ ।

Leave a Reply

Your email address will not be published. Required fields are marked *