ସମ୍ବଲପୁର : ସମ୍ଵଲପୁରରେ ଖାକିରେ କଳଙ୍କ । ମଦ ପରିବହନ କରୁଥିବା ଗାଡି ଡ୍ରାଇଭରଙ୍କ ଠାରୁ ଜୋର ଜବରଦସ୍ତି ଟଙ୍କା ଛଡାଇ ନେଉଛି ପୋଲିସ । ଏଏସଆଇ ଭିକାରୀ ବେହେରାଙ୍କ ନାଁରେ ଆସିଛି ଏଭଳି ସାଙ୍ଘାତିକ ଅଭିଯୋଗ ଆସିଛି । ଏନେଇ ଡ୍ରାଇଭରମାନେ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।
ଖବର ଅନୁଯାୟୀ, ଶନିବାର ସମ୍ବଲପୁର ଅଇଁଠାପାଲି ଛକରେ ଟ୍ରାଫିକ ପକ୍ଷରୁ ଚେକିଂ ଚାଲିଥିଲା । ଏହି ସମୟରେ ଖୋର୍ଦ୍ଧାରୁ ମଦ ନେଇ ଏକ ଗାଡି ସମ୍ବଲପୁର ଓଏସବିସି ମଦ ଡିପୋକୁ ଆସୁଥିଲା । ଗାଡିର ସବୁ କାଗଜପତ୍ର ଠିକ ଥିଲା । ତଥାପି ୫ ହଜାର ଟଙ୍କା ମାଗିଥିଲା ପୁଲିସ । ଡ୍ରାଇଭର୍ଙ୍କ ନିକଟରେ ୪ ହଜାର ଟଙ୍କା ଥିବାବେଳେ ସେ ଏଏସଆଇ ଭିକାରୀଙ୍କୁ ୨ ହଜାର ଟଙ୍କା ଦେଇଥିଲେ । ହେଲେ ଭିକାରୀ ଡ୍ରାଇଭରଙ୍କ ପକେଟରେ ହାତ ପୁରାଇ ବାକି ୨ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଫଳରେ ଗାଡି ଡ୍ରାଇଭର ଆସି ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଆଦାୟ ଟଙ୍କା ଟ୍ରାଫିକ ଥାନା ଅଧିକାରୀଙ୍କ ଠାରୁ ଆରମ୍ଭ କରି ଟ୍ରାଫିକ୍ ଡିଏସପି ପର୍ଯ୍ୟନ୍ତ ଯାଉଥିବା ଅଭିଯୋଗ ହୋଇଛି ।
