ବାଲିଆପାଳ : ବାଲିଆପାଳ ବ୍ଲକର ସୁବର୍ଣ୍ଣରେଖା ମହାବିଦ୍ୟାଳୟରେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଗଠିତ ନବନିର୍ମିତ ୨୬ ଜଣିଆ କଲେଜ କେମ୍ପସ କମଟିକୁ ବିରୋଧ କରି ଶତାଧିକ ଛାତ୍ରୀଛାତ୍ର ଶନିବାର ଦେଭୋଗ ପଞ୍ଚାୟତର ଡୁମିଚକ ସ୍ଥିତ ମଙ୍ଗଳା ମଣ୍ଡପରେ ଏକ ଖବର ଦାତା ସମ୍ମିଳନୀ କରିଥିଲେ ।

ବିଜେଡି ଦଳର କୌଣସି ସ୍ଥାନୀୟ ନେତୃମଣ୍ଡଳୀ କିମ୍ବା ବସ୍ତା ବିଧାୟକଙ୍କ ବିନା ପରାମର୍ଶରେ ବିଜେଡି ଜିଲ୍ଲା ଛାତ୍ର ସଭାପତି ସିମନ ଦାସମହାପାତ୍ର ଓ ବ୍ଲକ ଛାତ୍ର ସଭାପତି ସୁଶାନ୍ତ ବେହେରା ମନମୁଖି ଗଠନ କରିଥିବା କମିଟିକୁ ବିରୋଧ କରିଥିଲେ । ଏହି କମିଟିକୁ ରଦକରି ୧୫ ଦିନ ମଧ୍ୟରେ ବିଜେଡିର ସ୍ଥାନୀୟ ନେତୃ ମଣ୍ଡଳୀ ଓ ବିଧାୟକଙ୍କ ଦୃଷ୍ଟି ଗୋଚରରେ ନୂଆ କଲେଜ କେମ୍ପସ କମିଟି ଗଠନ କରିବା ପାଇଁ ଦାବି କରିଥିଲେ । ଯଦି ଏହା କରାନଯାଏ ତାହା ହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ବ୍ୟାପକ କରାଯିବା ସହିତ ଛାତ୍ରଛାତ୍ରୀ ନବୀନ ନିବାସ ଅଗରେ ଧାରଣାରେ ବସିବେ ବୋଲି ସୁବର୍ଣ୍ଣରେଖା ମହାବିଦ୍ୟାଳୟର ବିଜୁ ଛାତ୍ର ଜନତା ଦଳର ଛାତ୍ର ନେତା ପ୍ରକାଶ ନଥା, ମାନସ ରଞ୍ଜନ ପ୍ରଧାନ, ଜ୍ୟୋତିପ୍ରକାଶ ବେହେରା, ଅଭିଲିପଶା ପ୍ରଧାନ, ବିବେକ ରାଉତ, ଲାଇଲା ଧଳ, ସୁଚିଶ୍ମିତ ଗିରି, ପ୍ରଭାସ ସାହୁଙ୍କ ସହିତ ଶତାଧିକ ଛାତ୍ରୀଛାତ୍ର ଚେତାବନୀ ଦେଇଛନ୍ତି ।
