ବାହାର ରାଜ୍ୟରୁ ଆମଦାନୀ ହୋଇଥିବା ବିପୁଳ ପରିମାଣର ବିଦେଶୀ ଚୋରା ମଦ ଜବତ, ଜଣେ ଗିରଫ

ବଣାଇ : ବଣାଇ ଅବକାରୀ ବିଭାଗ ପାର୍ବଣ ଆଗମନ ପୂର୍ବରୁ ଏକ ବଡ ସଫଳତା ହାସଲ କରିଛି । ଗତ କିଛି ଦିନ ତଳେ ରାଉରକେଲା ଅଞ୍ଚଳରେ ଅନ୍ୟ ରାଜ୍ୟରୁ ବିଦେଶୀ ମଦ ଶସ୍ତା ଦାମରେ ଆଣି ଅଧିକା ଦାମର ବୋତଲରେ ପୁରାଇ ବଜାରରେ ବିକ୍ରି କରୁଥିବା ବେଳେ ଅବକାରୀ ବିଭାଗ ହାତରେ ସଂପୃକ୍ତ ବେପାରୀ ଧରା ପଡିଥିଲା । ସେଠାରେ କମ୍ ପରିମାଣର ମଦ ଧରା ପଡିଥିବା ବେଳେ, ବଣାଇ ଅଞ୍ଚଳକୁ ବିପୁଳ ପରିମାଣର ମଦ ଚାଲାଣ ହୋଇଥିବା ବିଶେଷ ସୁତ୍ରରୁ ଵଣାଇ ଅବକାରୀ ବିଭାଗକୁ ଖବର ଆସିଥିଲା । ଫଳରେ ଏନେଇ ବିଭାଗ ଆରମ୍ଭ କରିଥିଲା ଛାନଭିନ୍ । ଆଜି ସକାଳୁ ବଣାଇ ଅବକାରୀ ବିଭାଗ ବଣାଇ ବ୍ଲକ ଅନ୍ତର୍ଗତ ଭାଙ୍ଗିଡିହି ଗ୍ରାମକୁ ଯାଇ ସେଠାରେ ଅତର୍କିତ ଚଢାଉ କରି ବଳଭଦ୍ର ପାତ୍ରଙ୍କ ଘରୁ ୭୬୫ ଲିଟର୍ ବିଦେଶୀ ମଦ ଉଦ୍ଧାର କରିବା ସହ କିଛି ପାଣି ବୋତଲ, ଖାଲି ବୋତଲ, ଠିପି, ସିଲ୍, ଟ୍ୟାଗ୍ ପ୍ରଭୁତି ଜବତ କରିବା ସହ ବଳଭଦ୍ରଙ୍କ ସ୍ତ୍ରୀ ଜୟନ୍ତୀ ପାତ୍ରଙ୍କୁ ଗିରଫ କରିଥିଲା । କୈାଣସି ପ୍ରକାର ବଳଭଦ୍ର ଫେରାର ହେବାରେ ସକ୍ଷମ ହୋଇଥିବା ବେଳେ ଏହା ସୁନ୍ଦରଗଡ ଜିଲ୍ଲାର ସବୁଠାରୁ ବଡ ପରିମାଣର ମଦ ଜବତ ହୋଇଥିବା ଵଣାଇ ଅବକାରୀ ଅଧିକାରୀ ସୂଚନା ଦେବା ସହିତ ଗିରଫ ମହିଳାଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *