ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ବାଲିଆପାଳ ବ୍ଲକର ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ବାଲିଆପାଳ : ଭାରତର ଯଶଶୀ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ୭୨ତମ ଜନ୍ମ ଜୟନ୍ତୀ ଅବସରରେ ଭାରତୀୟ ଜନତା ଯୁବ ମୋର୍ଚ୍ଚା ପକ୍ଷରୁ ଶୁକ୍ରବାର ବାଲିଆପାଳ ବ୍ଲକର ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଖପରାପଦା ମଣ୍ଡଳର ଯୁବମୋର୍ଚା ସଭାପତି ସଞ୍ଜୟ କୁମାର ପରିଡାଙ୍କ ନେତୃତ୍ବରେ ଅନୁଷ୍ଠିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଯୁବ ମୋର୍ଚ୍ଚା ରାଜ୍ୟ ସମ୍ପାଦକ ରାଜ । ଶ୍ରୀ ମହାନ୍ତି, ନଦୀ ସୁରକ୍ଷା ସମିତି ନମାମୀ ଗଙ୍ଗେ ରାଜ୍ୟ ସହ ସଂଯୋଜକ ଅଜୟ କୁମାର ସାହୁ, ଯୁବ ମୋର୍ଚ୍ଚା ଜିଲ୍ଲା ସାଧାରଣ ସମ୍ପାଦକ ଖଗେନ୍ଦ୍ର ନାୟକ, କୃଷକ ମୋର୍ଚା ପୂର୍ବତନ ଜିଲ୍ଲା ସାଧାରଣ ସମ୍ପାଦକ ଅଦୈତ୍ୟ ବାଗ, ଯୁବ ମୋର୍ଚ୍ଚା ଜିଲ୍ଲା ଉପ ସଭାପତି ରାଜନ ପରିଡ଼ା, ଜିଲ୍ଲା ଯୁବମୋର୍ଚ୍ଚା ପରିଆ ବରଣ ସଂଯୋଜକ କାର୍ତ୍ତିକ ଚନ୍ଦ୍ର ବେହେରା, ବସ୍ତା ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ଧିରେନ୍ ସେଠୀ, ସାହାଡ଼ା ମଣ୍ଡଳ ଉପ ସଭାପତି ରାକେଶ ପାତ୍ର, ଯୁବନେତା ଦେବାନନ୍ଦ ପିଳା, ରଜତ ରଞ୍ଜନ, କମଲ ଲୋଚନ ଗିରି, ଜିତେନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇ ବାଲିଆପାଳ ବ୍ଲକ ଅଫିସ, ତହସିଲ ଅଫିସ, ସୁବର୍ଣ୍ଣରେଖା ସରକାରୀ ହାଇସ୍କୁଲ ଓ ବାଲିଆପାଳ ଫିଜିକାଲ କଲେଜ ପରିସରରେ ରୁଦ୍ରାକ୍ଷ, ଚନ୍ଦନ, ରକ୍ତ ଚନ୍ଦନ, ନଡ଼ିଆ, ଗୁଆ, ବଉଳ, ସପୁରୀ ଇତ୍ୟାଦି ଗଛ ଲଗାଇ ଥିଲେ ଏବଂ ଏହି ଗଛର ରକ୍ଷଣା ବେକ୍ଷଣା ବିଷୟରେ କର୍ମଚାରୀମାନଙ୍କୁ କହିଥିଲେ । ଏଥି ସହିତ ଯୁବ ମୋର୍ଚ୍ଚା କର୍ମୀମାନେ ପ୍ରତ୍ୟେକ ଲୋକମାନେ ଯେପରି ଜଣେ ଅତି କମରେ ଗୋଟିଏ ଗଛ ଲଗାଇବେ ସେଥିପାଇଁ ଲୋକମାନଙ୍କୁ ବୁଝାଇଥିଲେ ।

Leave a Reply

Your email address will not be published. Required fields are marked *