ଓଡ଼ିଶା ଡ୍ରାଇଭର ମହାସଂଘ ବାଲିଆପାଳ ଶାଖାର ବୈଠକ

ବାଲିଆପାଳ : ଓଡିଶା ଡ୍ରାଭର ମହାସଂଘ ବାଲିଆପାଳ ଶାଖା ତରଫରୁ ବାଲିଆପାଳ ଡାକବଙ୍ଗଳା ପରିସରରେ ରବିବାର ମାସିକିଆ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଡ୍ରାଇଭରମାନଙ୍କର ବିଭିନ୍ନ ସମସ୍ୟା, ଡ୍ରାଇଭରମାନଙ୍କୁ ସ୍ୱତନ୍ତ୍ର ଅନୁଦାନ ପ୍ରଦାନ, ସେମାନଙ୍କ ପରିବାରକୁ ରାସନ ପ୍ରଦାନ, ତଥା ଅନ୍ୟସବୁ ସୁବିଧା ସୁଯୋଗ ପ୍ରଦାନ ନେଇ ଆଲୋଚନା ହୋଇଥିଲା । ରାସ୍ତାରେ ଅବାଧରେ ଗାଡି ଚଳାଚଳ, ରାସ୍ତା ରୋକ, ଅସାମାଜିକଙ୍କ ଆକ୍ରମଣ ଇତ୍ୟାଦି ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା । ସରକାରଙ୍କ କାଳ କ୍ଷେପଣ ନୀତିକୁ ବୈଠକରେ ତୀବ୍ର ବିରୋଧ କରାଯାଇଥିଲା । ମହାସଂଘର ବରିଷ୍ଠ କାର୍ଯ୍ୟକର୍ତ୍ତା ଶଶିକାନ୍ତ ପ୍ରଧାନଙ୍କ ପରିଚାଳନାରେ ଆହୂତ ଏହି ବୈଠକରେ ଜୟକୃଷ୍ଣ ଗଂଗାଇ, ପ୍ରଭାକର ମହାନ୍ତି, ସୁଦର୍ଶନ ବେହେରା, ଗୌରାଙ୍ଗ ଜେନା, ଜୟନ୍ତ ସାହୁ ପ୍ରମୁଖ ଶତାଧିକ ଡ୍ରାଇଭର ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *